ଭାରତ

ଚନ୍ଦ୍ରାଯାନ-୩ର ଉଡାଣ ପାଇଁ କାଉଣ୍ଟଡାଉନ ଆରମ୍ଭ

ନୁଆଦିଲ୍ଲୀ: ଶୁକ୍ରବାର ଦ୍ୱିପହର ୨ଟା ୩୫ରେ ଚନ୍ଦ୍ରଯାନ-୩ ଅଭିମୁଖେ ଉଟାଣ ଆରମ୍ଭ କରିବ । ଏଥିପାଇଁ କାଉଣ୍ଟଡାଇନ ଆରମ୍ଭ ହୋଇଗଲାଣି । ଶ୍ରୀହରିକୋଟା ସ୍ଥିତି ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଲଞ୍ଚ ପ୍ୟାଡ୍-୨ରୁ ଏହି ଉତ୍କ୍ଷେପଣ ହେବ। ସବୁ କିଛି ଠିକ୍ ରହିଲେ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ଅବତରଣ କରିବ। ପରେ ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡ଼ାଇବ। ଏହି ଯାନ ୭ଟି ବୈଜ୍ଞାନିକ ଉପକରଣକୁ ମହାକାଶକୁ ନେଇଯିବ। ଇସ୍ରୋର ବାହୁବଳୀ ରକେଟ ୬୪୨ ଟନ୍ର ଏଲଏମ୍-୩ ଚନ୍ଦ୍ରଯାନ-୩କୁ ମହାକାଶକୁ ନେବ। ଏହାର ଓଜନ ୧୩୦ ଏସୀୟ ହାତୀ ସହ ସମାନ। ଏହି ରକେଟର ଉଚ୍ଚତା ୪୩.୫ ମିଟର। ଏହା ଶହେ ପ୍ରତିଶତ ସଫଳ ହୋଇଛି।
୨୦୧୯ରେ ଚନ୍ଦ୍ରଯାନ-୨ର ଆଶିଂକ ସପଳ ହୋବାପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହି ଅଭିଯାନ ପାଇଁ ପୁଣି ଲାଗି ପଡିଥିଲା । ଚନ୍ଦ୍ରଯାନ-୨ର ଭୁଲ୍ ଶିକ୍ଷା ଗ୍ରହଣ କରି ସମ୍ଭାବିତ ବିପଦର ମୁକାବିଲା ପାଇଁ ପ୍ରୟାସ କରିଥିଲା।

Related posts

ବିହାରକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା : ସଂସଦରେ କେନ୍ଦ୍ର ସରକାରଙ୍କ ଜବାବ

mahabharatanews

ବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର

mahabharatanews

ଓଡିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

mahabharatanews