ଭାରତ

ସେନା ଗୁଳିରେ ଟଳିଲେ ୪ ଆତଙ୍କବାଦୀ

(ଜମ୍ମୁକାଶ୍ମୀର) : ପୁଣି ସେନା ଗୁଳିରେ ଟଳିଲେ ୪ଆତଙ୍କବାଦୀ  । ଭାରତୀୟ ସେନା ଓ ଜେକେପିର ସ୍ବତନ୍ତ୍ର ଅପରେସନ ଗ୍ରୁପ୍ ମଙ୍ଗଳବାର ସକାଳେ ପୁଞ୍ଚ ଜିଲ୍ଲାର ସୁରନକୋଟ ତହସିଲ ଅଞ୍ଚଳରେ ୪ ଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସେମାନଙ୍କ ପାଖରୁ ମିଳିଥିବା ପରିଚୟପତ୍ରରୁ ଜଣାପଡ଼ିଛି ଯେ, ସେମାନେ ସମସ୍ତେ ହେଉଛନ୍ତି  ପାକିସ୍ତାନୀ ନାଗରିକ।

ସୂଚନାନୁଯାୟୀ ,  ଲସ୍କର-ଏ-ତୋଇବାର ସାଜିଦ ଜଟଙ୍କ ନେତୃତ୍ବାଧୀନ ୧୨ ଜଣିଆ ଆତଙ୍କବାଦୀ ଦଳର ସଦସ୍ୟ। ସେମାନେ ପିଓକେର କୋଟଲି ଓ ଅନ୍ତର୍ଜାତୀୟ ସୀମାରେଖା ନିକଟ ସିଆଲକୋଟରେ ରହି ନିଜର ଅପରେସନ ଚଳାଉଥିଲେ। ସମସ୍ତଙ୍କ ବୟସ ୨୩ରୁ ୨୫ ଭିତରେ। ଏହି ୧୨ ଜଣିଆ ଗୋଷ୍ଠୀ ଗତ ୧୮ ମାସ ହେଲା ରାଜୌରି-ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ‌ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି।

Related posts

ବେଙ୍ଗାଲୁରୁରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ

mahabharatanews

୧୫ ବର୍ଷର ଝିଅ ହେଲା ଗର୍ଭବତୀ ! ସାମ୍ନାକୁ ଆସିଲା ପ୍ରକୃତ ସତ

mahabharatanews

ଶୁକ୍ରବାର ୨ ଜଣଙ୍କୁ ମାରିଥିଲା, ଆଜି ନିଜେ ମରିଗଲା, ଗୋଡାଇ ଗୋଡାଇ ଛାତିକୁ ଗୁଳି ମାରିଲା ପୋଲିସ

mahabharatanews