ଓଡିଶା

ଆହୁରି ବଢିବ ବର୍ଷାର ପରିମାଣ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

(ଭୁବନେଶ୍ୱର) :  ରାଜ୍ୟରେ ଆଗକୁ ଆହୁରି ବଢିବ ବର୍ଷାର ପରିମାଣ । ଆସନ୍ତା ୨୬ କିମ୍ବା  ୨୭ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ଥିବାରୁ ବହୁତ ସ୍ଥାନରେ ବର୍ଷା ହେବ। ପଶ୍ଚିମ ଓଡିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବ । ତାପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

ସୂଚନାନୁଯାୟୀ , ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି । ଅନ୍ୟ ବିଭାଗ ସମସ୍ତେ ପ୍ରସ୍ତୁତ ହୋଇ ରହିବେ । ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କହିଛନ୍ତି ଏସଆରସି । ସେପଟେ ଆଉ ଦିନକ ପରେ ହୀରାକୁଦ ବନ୍ୟା ଜଳ ଛଡ଼ାଯିବ । ତାପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷ ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ସତର୍କ କରାଇଛନ୍ତି ।ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ମହାନଦୀର ଜଳସ୍ତର । ଛତିଶଗଡ଼ର କଲମା ବ୍ୟାରେଜରୁ 66 ଗେଟ୍‌ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି ।

 

Related posts

ସେପ୍ଟେମ୍ବରରେ ଓଡି଼ଶା ଆସିବେ ଜେପି ନଡ୍ଡା

mahabharatanews

ଆସନ୍ତା ୫ଦିନ ରାଜ୍ୟରେ ବଢିବ ତାତି

mahabharatanews

ମଞ୍ଚେଶ୍ୱର ସ୍ଥିତ ସରକାରୀ ଔଷଧ ଗୋଦାମରେ ନିଆଁ

mahabharatanews