ଭାରତ

ଭୂକମ୍ପରେ ଥରିଲା ଆଣ୍ତାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ

(ଆଣ୍ତାମାନ) : ଭୂକମ୍ପରେ ଥରିଲା ଆଣ୍ତାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ । ଗତକାଲି ରାତିରେ ଏହି ଭୂକମ୍ପର ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା । ରିଚ୍ଟର ସ୍କେଲରେ ଏହାର ତୀବ୍ରତା ୫ .୮  ରେକର୍ଡ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ୧୦ କିଲୋମିଟର ଗଭୀରରେ ଥିଲା। ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଆକଳନ କରାଯାଇ ନାହିଁ ।

ସୂଚନାନୁଯାୟୀ , ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ରାତି ପ୍ରାୟ ୧୨ .୫୩ ସମୟରେ ଏହି ଶକ୍ତିଶାଳୀ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପ ୫ .୮  ମ୍ୟାଗ୍ନିଚ୍ୟୁଡର ରେକର୍ଡ କରାଯାଇଛି । ଭୂକମ୍ପ ଅନୁଭବ ହେବା ମାତ୍ରେ ଲୋକମାନେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ । ଅନ୍ୟପଟେ ଅରୁଣାଚଳ ପ୍ରଦେଶର ସିଆଙ୍ଗରେ ଶୁକ୍ରବାର ସକାଳ ୦୮ .୫୦  ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଅରୁଣାଚଳ ପ୍ରଦେଶରେ ହୋଇଥିବା ଭୂକମ୍ପର ତୀବ୍ରତା ୪ .୦  ରେକର୍ଡ କରାଯାଇଥିଲା ।

Related posts

ସରକାରୀ ବାସଭବନ ଖାଲି କରିବାକୁ ମହୁଆଙ୍କୁ ପୁଣି ନୋଟିସ୍‌ 

mahabharatanews

କରୋନା ମୃତ୍ୟୁର ରାୟ ସଂରକ୍ଷିତ ରଖିଲେ କୋର୍ଟ

mahabharatanews

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡ଼ିଲା ୟୁକ୍ରେନ୍

mahabharatanews