ଓଡିଶା

ପ୍ରବଳ ବର୍ଷା; ବିପଦ ସଙ୍କେତ ଉପରେ ବୈତରଣୀ ନଦୀ 

(କେଉଁଝର) : ଲଘୁଚାପଜନିତ ବର୍ଷା ଯୋଗୁଁ କେନ୍ଦୁଝରରେ ପ୍ରବଳ ବର୍ଷା ଲାଗି ରହିଛି ଉପର ମୁଣ୍ଡରେ ବର୍ଷା ଫଳରେ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି ।  ଚମ୍ପୁଆରେ ୧୧୧ .୪  ମି.ମି ବର୍ଷା ହୋଇଥିବା ବେଳେ ଆନନ୍ଦପୁର ରେ ୯୬ .୨  ମିଲିମିଟର ବର୍ଷା ହୋଇଛି । ଉପର ମୁଣ୍ଡରେ ବର୍ଷା ଯୋଗୁ ବଢିବାକୁ ଲାଗିଛି ବୈତରଣୀ ନଦୀ । ଆନନ୍ଦପୁରରେ ନଦୀ ବିପଦ ସଙ୍କେତ ଉପରେ ରହିଛି ।

ସୂଚନାନୁଯାୟୀ , ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି । ବର୍ଷା ଚାଲିଥିବାରୁ ବୈତରଣୀରେ ବନ୍ୟା ସ୍ଥିତି ଉପୁଜିବା ସହିତ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଅନୁମାନ କରାଯାଉଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଭୁବନେଶ୍ୱରରେ ପହଞ୍ଚିଲେ ବିଧାୟିକା ଦୀପାଳି ଦାସ 

mahabharatanews

୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ଓ୍ଵାର୍ଣ୍ଣିଂ ଜାରି

mahabharatanews

ପୁଣି ଅଲୋଡ଼ା ଶିଶୁକନ୍ୟା, ରାସ୍ତାକଡ଼ରୁ ନବଜାତ ଉଦ୍ଧାର

mahabharatanews