ଓଡିଶା

୩ ଘଣ୍ଟା ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା;  ରେଡ୍ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) :  ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂଜାରି କରିଛି ପାଣିପାଗ ବିଭାଗ ।

ସୂଚନାନୁଯାୟୀ ,  ଏହା ବାଦ୍ ସୁନ୍ଦରଗଡ଼ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲାକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି । ଏହି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପକ୍ଷେ 3 ଘଣ୍ଟା ପାଇଁ କଟକ ସହର ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ ଦିନ ଅଧିକରୁ ଅଧିକ ବର୍ଷା ଆଶଙ୍କା ଥିବା ଚେତାବନୀ ଦେଇଛି ପାଣପାଗ ବିଭାଗ । ୧୭ ଜିଲ୍ଲାକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଏସଆରସି । ଏପରିକି ଏ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବର୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

Related posts

ଛେଳି କ୍ଷୀର ନମୁନାରୁ ବାହାରିଛି କରୋନା ପଜିଟିଭ

mahabharatanews

ଏପ୍ରିଲ ପହିଲାରେ କାଳବୈଶାଖୀ ସମ୍ଭାବନା   

mahabharatanews

ପିକ୍ଅପକୁ ପିଟିଲା ଟ୍ରକ, ୪ ବ୍ୟାଣ୍ଡପାର୍ଟି ସଦସ୍ୟ ମୃତ, ୮ ଗୁରୁତର

mahabharatanews