ଓଡିଶା

ଉଛୁଳୁଛି ହୀରାକୁଦ; ପୁଣି ଖୋଲିଲା ୫ଟି ଗେଟ୍

(ହୀରାକୁଦ) : ଉଛୁଳୁଛି ହୀରାକୁଦ ଜଳଭଣ୍ଡାର । ଆଜି ଅପରାହ୍‌ଣରେ ପୁଣି ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍‌ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଥିଲା। ଆଜି ପୁଣି ୫ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ପରେ ବର୍ତ୍ତମାନ ମୋଟ୍‌ ୭ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ଆଜି ଅପରାହ୍‌ଣ ୩ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୫ ଫୁଟ୍‌ରେ ପହଞ୍ଚିଛି। ପ୍ରତି ସେକେଣ୍ଡରେ  ୪,୯୨,୯୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧, ୫୬,୬୭୬ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି। ପୂର୍ବରୁ ହୀରାକୁଦ ଜଳଭଣ୍ଡାରରୁ ଆଉ ୫ଟି ଗେଟ୍ ଖୋଲାଯିବା ନେଇ ତଳିଅଞ୍ଚଳରେ ଲୋକଙ୍କୁ ସୂଚନା ଦିଆଯାଇଥିଲା।

Related posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଅପେକ୍ଷା ଆଉ ମାତ୍ର ୮ ଦିନ  

mahabharatanews

ସନ୍ଦେହ ଜନକ ଅବସ୍ଥାରେ ମାନସିକ ବିକୃତ ମହିଳାଙ୍କ ମୃତଦେହ ଉଦ୍ଧାର

mahabharatanews

ହିଟ୍‌ୱେଭ୍‌ରୁ ଆଶ୍ବସ୍ତି

mahabharatanews