ଓଡିଶା

ଏଣିକି ଭୁବନେଶ୍ୱର ରୁ କଲମ୍ବୋକୁ ଉଡ଼ିବ ବିମାନ 

(ଭୁବନେଶ୍ୱର) :  ଭୁବନେଶ୍ୱର ବିମାନ ବନ୍ଦରରୁ  ସିଧାସଳଖ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ଉଡ଼ିବ ବିମାନ । ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ଏନେଇ ଶ୍ରୀଲଙ୍କା ଏୟାରଲାଇନ୍ସର ଆଞ୍ଚଳିକ ମହାପ୍ରବନ୍ଧକ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ପର୍ଯ୍ୟଟନ ‌କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ବଢ଼ିଛି। ରାଜ୍ୟ ସରକାର ପର୍ଯ୍ୟଟନକୁ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶାରେ ବହୁ ସଂଖ୍ୟାରେ ପର୍ଯ୍ୟଟନସ୍ଥଳୀ ରହିଛି। ବିଶେଷକରି ବୌଦ୍ଧ ପର୍ଯ୍ୟଟନ ଭରପୁର ରହିଥିବାରୁ କଲମ୍ବୋରୁ ସିଧାସଳଖ ବିମାନ ଚଳାଚଳ ଦ୍ବାରା ଓଡ଼ିଶା ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ସୁଦୃଢ ହେବା ସହ ଉଭୟ ସ୍ଥାନର ପର୍ଯ୍ୟଟନ ଆହୁରି ବିକାଶ ହୋଇପାରିବ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟବାସୀଙ୍କ ପାଇଁ ସ୍ୱପ୍ନ, ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି। ଦୁବାଇ, ବ୍ୟାଙ୍କକ୍‌ ଓ ସିଙ୍ଗାପୁର ବିମାନ ଚଳାଚଳ ଦ୍ୱାରା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ଆଇଟି, ବାଣିଜ୍ୟ ଓ ଆଇଟିଇଏସ୍‌ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ସୃଷ୍ଟି ହୋଇଛି।

Related posts

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ 

mahabharatanews

ବ୍ରହ୍ମପୁରରେ ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ପିନ୍ଧିଲେ ବିଜୟ ମୁକୁଟ

mahabharatanews

ଫେଲ ମାରିଛି ଜଳ ଯୋଗାଣ ପ୍ରକଳ୍ପ, ବାଲଟିରେ ପାଣି ବୋହି କ୍ଷେତ ସିଞ୍ଚୁଛନ୍ତି ଚାଷୀ

mahabharatanews