ଓଡିଶା

ପୋଲ ତଳକୁ ଖସିଗଲା କାର

(ଧର୍ମଶାଳା):  ପୋଲ ତଳକୁ ଖସିଗଲା କାର  । ଧର୍ମଶାଳା ବ୍ଲକ୍ ୫୩ ନମ୍ବର ଜାତୀୟ ରାଜପଥର ଝାଟିଆପଡ଼ା ଗାଁ ନିକଟ ପୋଲ ଉପରୁ ଆଜି ଭାରସାମ୍ୟ ହରାଇ ଏକ କାର୍ ତଳକୁ ଖସି ପଡ଼ିଛି। ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାନୁଯାୟୀ , ଝାଟିଆପଡ଼ା ପୋଲ ଉପରୁ କାର୍‌ଟି ପ୍ରାୟ ୧୫ ଫୁଟ୍ ତଳ କୁଆଁରିଆ ନାଳକୁ ଖସି ପଡ଼ିଥିଲା। ଏଥିରେ ଚାଳକଙ୍କ ସମେତ ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଧର୍ମଶାଳା ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

Related posts

କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

mahabharatanews

ଲକ୍ଷ୍ମୀନୃସିଂହ ମନ୍ଦିରରେ ସାମା ଚାଚାଙ୍କ ଭଜନ ସମାରୋହ

mahabharatanews

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସର୍ବ ସାଧାରଣରେ ହତ୍ୟା ଧମକ, ଥାନାରେ ଅଭିଯୋଗ

mahabharatanews