ଭାରତ

ମୋଦି ,ଶାହା ଏବଂ ଯୋଗୀଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର୍ 

(ନୋଇଡା) : ଅଗଷ୍ଟ ୩୦ରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦିଙ୍କ ନିକଟକୁ ରାକ୍ଷୀ ପଠାଇଛନ୍ତି ପାକିସ୍ତାନରୁ ନିଜ ପ୍ରେମିକ ସଚିନଙ୍କ ନିକଟକୁ ଭାରତ ଧାଇଁ ଆସିଥିବା ସୀମା ହାଇଦର୍‌। କେବଳ ସେତିକି ନୁହେଁ ଏକ ଭିଡିଓ ଜାରି କରି ସୀମା ନିଜେ ଏ ସଂପର୍କରେ ସୂଚନା ଦେଇଛନ୍ତି।

ଭିଡ଼ିଓନୁଯାୟୀ , ଭିଡିଓରେ ସୀମା ଏକ ସବୁଜ ରଂଗର ଶାଢ଼ି ପରିଧାନ କରିଛନ୍ତି। ପ୍ରଥମେ ମୋଦୀଙ୍କ ‌ନାମରୁ ଆରମ୍ଭ କରି ଡକ୍ଟର ମୋହନ ଗଜବତ, ରାଜନାଥ ସିଂହ, ଏପି ସିଂହ, ଯୋଗୀ ଆଦିତ୍ୟନାଥ ଏବଂ ଅମିତ ଶାହଙ୍କ ନିକଟକୁ ରାକ୍ଷୀ ପଠାଇଥିବା କହୁଛନ୍ତି। ସମୟ ପୂର୍ବରୁ ଭାରତର ଏହି ଭାଇମାନଙ୍କ ପାଖରେ ରାକ୍ଷୀ ପହଞ୍ଚିଯାଉ ବୋଲି ଚିନ୍ତା କରି ସେ ଆଗୁଆ ପଠାଇ ଦେଇଛନ୍ତି। ସୀମା ଆହୁରି ବି କହିଛନ୍ତି ଯେ ‘ମୋତେ ସେମାନଙ୍କ ଛୋଟ ଭଉଣୀ ଭାବି ମୋ ରାକ୍ଷୀ ସ୍ବୀକାର କରନ୍ତୁ ଏବଂ ଭାଇ ଭଉଣୀର ଏହି ପବିତ୍ର ଉତ୍ସବରେ ମୁଁ ପଠାଇଥିବା ରାକ୍ଷୀଙ୍କୁ ସେମାନଙ୍କ ହାତରେ ବାନ୍ଧନ୍ତୁ’।

Related posts

ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ

mahabharatanews

ଟନେଲରେ ଫସି ରହିଥିବା ଶ୍ରମିକ ଖାଇବେ ପ୍ରଥମ ରନ୍ଧା ଖାଦ୍ୟ

mahabharatanews

ମଣିପୁର ହିଂସା; ଆତଙ୍କବାଦୀଙ୍କ ଗୁଳିରେ ୩ନିହତ

mahabharatanews