ଓଡିଶା

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୪ଘଣ୍ଟା ସାଧାରଣ ଦର୍ଶନ ମନା 

(ପୁରୀ)  : ଆଜି ଶ୍ରୀଜିଉଙ୍କ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ । ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ବୁଧବାର ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ହେବ । ଏହି ନୀତି ପାଇଁ ଥିବା ସେବାୟତଙ୍କୁ ଦତ୍ତ ମହାପାତ୍ର କୁହାଯାଏ ।

ସୂଚାନନୁଯାୟୀ , ରାଜାଙ୍କ ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ସାମଗ୍ରୀ ଯୋଗାଇ ଦିଆଯାଏ । ହଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ଯୋଗାଇ ଦିଅନ୍ତି। ମହାସ୍ନାନ ପାଇଁ ପଂଚାମୃତ ଯୋଗାଇ ଦିଆଯାଇଥାଏ । ୭ ପ୍ରକାର ସେବକ ବନକଲାଗି ସେବା ସମ୍ପାଦନ କରିଥାନ୍ତି । ଏହା ତିନି ବାଡରେ ଲାଗି ହେବା ପରେ କର୍ପୁର ଲାଗି କରାଯାଇଥାଏ। ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତି କରିଥାନ୍ତି। ଏହା ପରେ ପାଳିଆ ପଢିଆରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି। ଦତ୍ତ ମହାପାତ୍ର ସେବକ ବନକ ବାଟି ରୁପା ଷଢେଇରେ ରଖିଥାନ୍ତି। ୩ ଜଣ ଦତ୍ତ ସେବକ ବନକ ପେଡାରେ ବନକ ରଖି ବେହେରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠନ୍ତି। ଗରାବଡୁଙ୍କଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ ହୋଇଥାଏ । ପ୍ରାୟ ୨ ଘଣ୍ଟା ଧରି ବନକଲାଗି କରି ରତ୍ନ ସିଂହାସନରୁ ଓହ୍ଲାଇ ଆସନ୍ତି ଦତ୍ତ ସେବକ। ଏହା ପରେ ପାଳିଆ ମେକାପ ରତ୍ନ ସିଂହାସନକୁ ଖାଇଥାନ୍ତି ।

 

Related posts

ଶ୍ରୀ ଜଗନ୍ନାଥ ଅଖିଳ ଭାରତୀୟ ପାଲା କଳାକାର ମହାସଂଘର ରକ୍ତଦାନ ଶିବିର

mahabharatanews

ନବରଙ୍ଗପୁର ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

mahabharatanews