ମନୋରଞ୍ଜନ

ଆରପାରିରେ ପ୍ରସିଦ୍ଧ ଅଭିନେତ୍ରୀ ସୀମା ଦେଓ

(ମୁମ୍ବାଇ): ଆରପାରିରେ ପ୍ରଭାବଶାଳୀ ଅଭିନୟ କରିଥିବା ଅଭିନେତ୍ରୀ ସୀମା ଦେଓ । ୮୩ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପୁଅ ଅଭିନୟ ଦେଓ କହିଛନ୍ତି।   ସେ ଆଲ୍‌ଜାଇମର୍ସ ରୋଗରେ ପୀଡ଼ିତ ହୋଇଥିଲେ ବି ଅପେକ୍ଷାକୃତ ଭଲ ଥିଲେ।  ୨୦୨୦ରେ ଅଭିନୟ ତାଙ୍କ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଟୁଇଟ୍‌ କରି ଲେଖିଥିଲେ, ମରାଠୀ ଚଳଚ୍ଚିତ୍ର ଶିଳ୍ପର ବିଶିଷ୍ଟ ଅଭିନେତ୍ରୀ ମୋର ମାଆ ଶ୍ରୀମତୀ ସୀମା ଦେଓ ଆଲ୍‌ଜାଇମର୍ସ ରୋଗଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସମଗ୍ର ଦେଓ ପରିବାର ତାଙ୍କ ନିରାମୟ କାମନା କରୁଛି। ତାଙ୍କର ଅନେକ ଲୋକପ୍ରିୟ ମରାଠୀ ଚଳଚ୍ଚିତ୍ରରୁ ‘ଜାଗାଚ୍ୟା ପଥିୱାର୍‌’ ଓ ‘ବର୍‌ଦକ୍ଷିଣା’ ଆଦି ସ୍ମରଣୀୟ।  ଜୀବନକାଳନ ଭିତରେ ସେ ୮୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Related posts

ଅକ୍ଟୋବର ପ୍ରଥମ ସପ୍ତାହରେ OTTରେ ରିଲିଜ ହେବ ‘ଗଦର ୨’

mahabharatanews

ପରଲୋକରେ ବଲିଉଡର ଲୋକପ୍ରିୟ ଅଭିନେତା ରିଓ କପାଡିଆ

mahabharatanews

ସନା ଖାନଙ୍କ ଘରକୁ ଆସିଲା କୁନି ଅତିଥି

mahabharatanews