ଓଡିଶା

ରାଜ୍ୟରେ ୩୦ରୁ ପୁଣି ବର୍ଷା

(ଭୁବନେଶ୍ୱର):  ମୌସୁମୀ ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ୩୦ ତାରିଖ ଆଡ଼କୁ ପୁଣି ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି। ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସୂଚନାନୁଯାୟୀ , ୩୧ ତାରିଖ ଦିନ ମଧ୍ୟ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ରହିଛି ତେବେ ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଗ ଅନୁକୂଳ ହେବ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରୁଛନ୍ତି। ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି କୁହାଯାଉଛି।

Related posts

ରାସ୍ତା ନ ଥିବାରୁ ପ୍ରସୂତି ଚାଲିଲେ ୫ କିମି

mahabharatanews

ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ, ୨ ମାଓବାଦୀ ମୃତ

mahabharatanews

ରାଜ୍ୟରେ ରହିଛି ପର୍ଯ୍ୟାପ୍ତ ଆଇସୋଲେସନ ୱାର୍ଡ: ଯୋଗୀ

mahabharatanews