ଭାରତ

ଦିଦିଙ୍କର‘ଚନ୍ଦ୍ରଜ୍ଞାନ’; ଚନ୍ଦ୍ରକୁ ଯାଇଥିଲେ ଇନ୍ଦିରା ଗାନ୍ଧୀ

(କୋଲକତା) : ଦିଦିଙ୍କର ନୂଆ ‘ଚନ୍ଦ୍ରଜ୍ଞାନ’:ଚନ୍ଦ୍ରକୁ ଯାଇଥିଲେ ଇନ୍ଦିରା ଗାନ୍ଧୀ, ଏଭଳି ଏକ ଭିଡିଓ ଭାଇରାଲ ହେବବାପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମହାକାଶ ଜ୍ଞାନକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି ।

ସୂଚନାନୁଯାୟୀ , ବାସ୍ତବରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ (ଏଆଇଟିସି) ର ଛାତ୍ର ସଂଗଠନ ତୃଣମୂଳ ଛାତ୍ର ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ମମତା ବାନାର୍ଜୀ ଏକ ରାଲିକୁ ସମ୍ବୋଧିତ କରିଥିଲେ । ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି । ଭିଡିଓରେ କହୁଛନ୍ତି ଯେ, ‘ଯେତେବେଳେ ଇନ୍ଦିରା ଗାନ୍ଧୀ ଚନ୍ଦ୍ରରେ ପହଞ୍ଚିଲେ ସେତେବେଳେ ସେ ରାକେଶ (ଶର୍ମା)ଙ୍କୁ ପଚାରିଥିଲେ ଯେ ଭାରତ ସେଠାରୁ କିପରି ଦେଖାଯାଉଛି । ସେ ଉତ୍ତର ଦେଲେ ‘ସାରେ ଜାହାଁ ସେ ଆଛା’ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ମମତା ବାନାର୍ଜୀଙ୍କୁ ମଜାକ କରୁଛନ୍ତି ।

Related posts

ମୋଦିଙ୍କୁ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର’ ସମ୍ମାନ

mahabharatanews

କାନାଡ଼ାରେ ଆତଙ୍କବାଦୀ ସୁଖଦୁଲ ସିଂହ ନିହତ

mahabharatanews

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

mahabharatanews