(ଭୁବନେଶ୍ୱର) : ସାରା ରାଜ୍ୟରେ ଧୀରେ ଧୀରେ ଘନେଇବାରେ ଲାଗିଲାନି ଡେଙ୍ଗୁ ସଂକ୍ରମଣ । ଟ୍ୱିନ୍ ସିଟି ସମେତ ରାଜ୍ୟର ୩୦ ଜିଲ୍ଲାରେ ଡେଙ୍ଗୁ ଆତଙ୍କ ରଚୁଛି । ଏ ବର୍ଷ ବର୍ତ୍ତମାନ ସୁଦ୍ଧା ୩ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୪୯ ହଜାର ୪୮୮ ଜଣଙ୍କ ଡେଙ୍ଗୁ ନମୁନା ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ ୩୩୨୮ ଜଣ ଡେଙ୍ଗୁ ସଂକ୍ରମିତ ଥିବା ଜଣାପଡ଼ିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 90 ପ୍ରତିଶତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ।
ସୂଚନାନୁଯାୟୀ , ଚଳିତ ବର୍ଷ ପରୀକ୍ଷା ସଂଖ୍ୟା ଗତବର୍ଷ ତୁଳନାରେ ଦୁଇଗୁଣା ଅଧିକ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୩୦ ଟି ଜିଲ୍ଲାର ୪୦ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି ବୋଲି ସେ କହିଛନ୍ତି ।