ଓଡିଶା

୫ଟି ସଚିବଙ୍କ ଯାଜପୁର ଗସ୍ତ 

(ଯାଜପୁର) :  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଯାଜପୁର ଗସ୍ତରେ ଅଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକ ଯିବା ସହ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଯାଜପୁର ବଡ଼ଚଣା ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ସବୁ କଲେଜକୁ ମୁଖ୍ୟମନ୍ତ୍ରୀ 5Tରେ ରୂପାନ୍ତର କରୁଛନ୍ତି ।

ସୂଚନାନୁଯାୟୀ , କାଲି ସନ୍ଧ୍ୟା ସୁଦ୍ଧା ଘରେ ଇଂଜିନିୟର ପହଞ୍ଚି ବ୍ୟବସ୍ଥା କରିବେ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଗୁରୁତ୍ୱ ଦିଅନ୍ତି । ଫସଲବୀମାରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରିମିୟମ ଛାଡ କରିଛନ୍ତି । ବିନା ସୁଧରେ ଏକ ଲକ୍ଷ ଟଙ୍କା ଋଣ ଦେଉଛନ୍ତି । ଯାଜପୁର ଜିଲ୍ଲାରେ ୧୭ହଜାରରୁ ଅଧିକ ମିଶନ ଶକ୍ତି ଗ୍ରୁପ ଗୋଟିଏ ବର୍ଷରେ ୫୦୦ କୋଟିରୁ ଅଧିକ ଋଣ ନେଇଛନ୍ତି । ଖାଲି ପଡିଥିବା ସବୁ ସରକାରୀ ବିଲ୍ଡିଂକୁ ମରାମତି କରି ମାସେ ମଧ୍ୟରେ ମିଶନଶକ୍ତି ଗ୍ରୁପକୁ ବିନା ଭଡାରେ ହସ୍ତାନ୍ତର କରାଯିବ । । ପାନୀୟ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୧୫ କୋଟି ମଞ୍ଜୁର କରିଥିବା କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ବଡ଼ଚଣା ପରେ ୫ଟି ସଚିବ ଭି.କେ ପାଣ୍ଡିଆନ ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ । ଏଠାରେ ଆୟୋଜିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ

Related posts

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି, ଚାଲିଛି ରେଡ୍

mahabharatanews

ପୁଣି ରାଜଧାନୀରେ ସାମ୍ନାକୁ ଆସିଲା ରାଗିଂ

mahabharatanews

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟର ଫୋଟ

mahabharatanews