ଭାରତ

ମଣିପୁରରେ ସ୍ଥିତି ଜଟିଳ; ସଟ୍‌ଡାଉନ୍‌ ଘୋଷଣା 

(ମଣିପୁର) : ଥମିବାର ନା ନେଉନି ମଣିପୁର ହିଂସା । ପୁଣି ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ଅଗଷ୍ଟ ୨୯ ତାରିଖରୁ ମଣିପୁରର ବିଷ୍ଣୁପୁର ଏବଂ ଚୁରାଚାନ୍ଦପୁରରେ କୁକି ଏବଂ ମୈତେୟୀ ଗୋଷ୍ଠୀ ମଧ୍ୟରେ ଲାଗିଥିବା ସଂଘର୍ଷ ଓ ଗୁଳିମାଡ଼ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ରାଜ୍ୟରେ ଶାନ୍ତି ରକ୍ଷା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।  ହିଂସା ପାଇଁ ଚୁରାଚାନ୍ଦପୁରର ବିଭିନ୍ନ ଅଞ୍ଚଳରେ ଆଇଟିଏଲଏଫ୍‌  ଦ୍ବାରା ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଅଗଷ୍ଟ ୩୧ ତାରିଖରୁ ଏହା କାର୍ଯ୍ୟକାରୀ ହୋଇଛି।

ସୂଚନାନୁଯାୟୀ ,  ଇତିମଧ୍ୟରେ ଚୁରାଚାନ୍ଦପୁର ଜିଲ୍ଲାର ଚିଙ୍ଗଫେଇ ଏବଂ ଖୌସାବୁଙ୍ଗ ଅଞ୍ଚଳରେ ଗୁଳିମାଡ଼ ହୋଇଛି। ଅଗଷ୍ଟ ୨୯ରେ ଖୋଇରେତଙ୍କ ଅଞ୍ଚଳରେ ପ୍ରବଳ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଗୁଳିମାଡ଼ରେ ଗାଁର ଜଣେ ସ୍ବେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ଅନ୍ୟ ଜଣେ ବ୍ୟକ୍ତିଙ୍କର ବିଷ୍ଣୁପୁର ଜିଲ୍ଲାରେ ମୃତ୍ୟୁ ‌ହୋଇଥିଲା। ଗୁରୁବାର ସୁରକ୍ଷାବାହିନୀ ଦ୍ବାରା ଚୁରାଚାନ୍ଦପୁର ଏବଂ ଇମ୍ଫାଲ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରୁ ୨୦ କେଜି ବିସ୍ଫୋରକ, ୩ ବନ୍ଧୁକ, ୨୦ ରାଉଣ୍ଡ୍‌ ଗୁଳି ଆଦି ସାମଗ୍ରୀ ଜବତ କରିଥିଲା। ମଣିପୁରର ବିଭିନ୍ନ ସ୍ଥାନରେ ପୁଣିଥରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବାପାଇଁ ପୁଲିସ ଲୋକମାନଙ୍କୁ ସୋସିଆଲ ମିଡିଆରେ ପ୍ରସାରିତ ବିଭିନ୍ନ ଗୁଜବକୁ ବିଶ୍ବାସ ନକରିବାପାଇଁ କହିଛି।

Related posts

ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ଖୁଲାସା, ଲୋକଙ୍କ ମନରେ ଭୟ ବଜାୟ ରଖିବା ପାଇଁ ଉମେଶଙ୍କୁ କରିଥିଲା ହତ୍ୟା

mahabharatanews

ଭଦୌରିଆଙ୍କ ପରେ ବିବେକ ରାମ ଚୌଧୁରୀ ହେବେ ବାୟୁସେନା ମୁଖ୍ୟ

mahabharatanews

ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଜଳଚତ୍ର ବଣ୍ଟନ

mahabharatanews