ଭାରତ

 ଜି-୨୦ ସମ୍ମିଳନୀ: ୧୦ ଯାଏଁ ସ୍କୁଲ୍‌ ଏବଂ ସରକାରୀ ଅଫିସ ବନ୍ଦ 

(ଦିଲ୍ଲୀ) : ଆସନ୍ତା ସପ୍ତାହରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବ। ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଚଳିତ ବର୍ଷର ଜି-୨୦ ସମ୍ମିଳନୀ‌ରେ ପ୍ରମୁଖ ବିଶ୍ବ ନେତାମାନେ ଯୋଗଦେବେ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଚାଲିଛି। ସବୁଠାରୁ ବଡ କଥା ହେଉଛି ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ। ଏଥିପାଇଁ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଏବଂ ସରକାରୀ ଅଫିସ ବନ୍ଦ ଘୋଷଣା କରାଯାଇଛି।

ସୂଚନାନୁଯାୟୀ , ଏହା ଏକ ଐତିହାସିକ ମୁହୂର୍ତ୍ତ। ପ୍ରମୁଖ ହୋଟେଲଗୁଡ଼ିକ‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। କାର୍ଯ୍ୟସ୍ଥଳରେ ସିକ୍ୟୁରିଟି କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯିବ। ସମସ୍ତ ବର୍ଡର ସିଲ୍‌ କରାଯିବ। ସରକାର ବିଶ୍ବ ନେତାମାନଙ୍କୁ ନେବା ଆଣିବା କରିବାପାଇଁ ୧୮ କୋଟି ଟଙ୍କା ବିନିମୟରେ ୨୦ଟି ବୁଲେଟ ପ୍ରୁଫ୍‌ ଲିମୋସିନ୍‌ ଲିଜ୍‌ରେ ନେଇଛନ୍ତି।

Related posts

ଥାନାଧିକାରୀଙ୍କ ଟେବୁଲରେ ବସି ମଦ ପିଇବା ପଡ଼ିଲା ମହଙ୍ଗା : ବ୍ୟକ୍ତି ଜଣକ ଗିରଫ, ଆଇଆଇସି ନିଲମ୍ବିତ

mahabharatanews

କୋଣାର୍କ ମନ୍ଦିରରୁ ବାଲି କାଢ଼ିବାକୁ ନିଷ୍ପତି

mahabharatanews

ମତସାବ୍ୟସ୍ତ କରିବାକୁ ଅପିଲ କଲେ ମୋଦି

mahabharatanews