ଭାରତ

 ୮ରୁ ଦିଲ୍ଲୀରେ ଅନଲାଇନ ଫୁଡ୍‌ ଡେଲିଭରି ମନା

(ଦିଲ୍ଲୀ) :  ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଜି-୨୦ ସମ୍ମିଳନୀ ହେବାକୁ ଥିବା ବେଳେ ସରଗରମ ହୋଇପଡିଛି ରାଜଧାନୀ । ସେପ୍ଟେମ୍ବର ୮ରୁ ୧୦ ମଧ୍ୟରେ ଦିଲ୍ଲୀରେ ଅନଲାଇନ ଫୁଡ୍‌ ଡେଲିଭରି ଉପଲବ୍ଧ ହେବନି। ଦିଲ୍ଲୀ ଏବଂ ଗୁରୁଗ୍ରାମ୍‌ରେ କମ୍ପାନି ଗୁଡ଼ିକ ୱାର୍କ ଫ୍ରମ୍‌ ହୋମ୍‌ ନିୟମରେ ଚାଲିବାପାଇଁ କୁହାଯାଇଛି।

 ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ଲକଡାଉନ୍‌ ହେବ ବୋଲି ଜୋରଦାର ଗୁଜବ ହେଉଛି। ଯାହାକୁ ନେଇ ଦିଲ୍ଲୀ ପୁଲିସ ସ୍ପଷ୍ଟ କରି କହିଛି ଯେ ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ଲକଡାଉନ୍‌ ହେବନାହିଁ। ତେବେ ଅଳ୍ପ କିଛି କଟକଣା ରହିଛି। ଯେପରି କି , ଜି-୨୦ ସମ୍ମିନଳୀ ସମୟରେ ଦିଲ୍ଲୀର ସୁପ୍ରିମ‌କୋର୍ଟ ମେ‌ଟ୍ରୋ ‌ଷ୍ଟେସନ୍‌ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ୩୯ଟି ସମ୍ବେଦନଶୀଳ ଷ୍ଟେସନ୍‌‌ରେ ପ୍ରବେଶ/ପ୍ରସ୍ଥାନ ଉପରେ ଅସ୍ଥାୟୀ କଟକଣା ଲାଗିଛି। ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀରେ ୧ଲକ୍ଷ ୩୦ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।

Related posts

ଲୋକପ୍ରିୟ ୟୁଟ୍ୟୁବର୍‌ଙ୍କୁ

mahabharatanews

ଜାମ୍ମୁ କାଶ୍ମୀର ସଂଶୋଧନ ବିଲ୍ ପାରିତ

mahabharatanews

ପଦ୍ମ ଧରିଲେ ହେମନ୍ତି ସୋରେନଙ୍କ ବୋହୂ

mahabharatanews