ଭାରତ

୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ନାଇଡୁ

(ଆନ୍ଧ୍ରପ୍ରଦେଶ) : ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।  ଏହା ପରେ ରବିବାର ରାତିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଟିଡିପି’ ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜାମହେନ୍ଦ୍ରବରମ୍‌ସ୍ଥିତ କେନ୍ଦ୍ରୀୟ କାରାଗାରକୁ ନିଆଯାଇଥିବା ସୂଚନା ରହିଛି ।

ସୂଚନାନୁଯାୟୀ,  ବିଚାର ବିଭାଗୀୟ ହାଜତ ରହଣି ସମୟରେ ନାଇଡୁଙ୍କୁ ଘରରନ୍ଧା ଖାଦ୍ୟ ପରି ଖାଦ୍ୟ, ଔଷଧପତ୍ର ଓ ସ୍ୱତନ୍ତ୍ର ପ୍ରକୋଷ୍ଠ ଲାଗି ବ୍ୟବସ୍ଥା ପାଇଁ ଅଦାଲତ ମଞ୍ଜୁରି ଦେଇଥିଲେ । ଜୀବନ ପ୍ରତି ବିପଦ ଥିବା ଆଶଙ୍କା ଯୋଗୁଁ ୭୩  ବର୍ଷିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲ୍‌ ଭିତରେ ପୃଥକ୍‌ କୋଠରି ଦିଆଯାଇଛି । ୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିଲା ।

Related posts

ଏନସିବିର ପୂର୍ବତନ ଅଫିସର ସମୀର ୱାଙ୍ଖେଡ଼େଙ୍କ ନାଁରେ ଦୁର୍ନୀତି ଅଭିଯୋଗ

mahabharatanews

ଲୋକପ୍ରିୟ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ

mahabharatanews

ନଦୀଗର୍ଭକୁ ଖସିପଡିଲା ଯାତ୍ରୀବାହୀ ବସ

mahabharatanews