ଭାରତ

କେରଳରେ ୭ଟି ଗ୍ରାମକୁ ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ ଘୋଷଣା

(କେରଳ) :  କୋଜିକୋଡ଼ ଅନ୍ତର୍ଗତ  ୭ଟି ଗ୍ରାମକୁ ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ ଘୋଷଣା କରିଲେ ଆଜି କେରଳ ସରକାର । ‘ନିପା’ ଭୂତାଣୁ ଯୋଗୁଁ ଏହି ଅଞ୍ଚଳରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଫଳରେ ଏପରି ନିଷ୍ପତି ନେଉଥିବା ସୂଚନା ମିଳିଛି । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସତର୍କ ସୂଚନା ଜାରି କରିବା ସହିତ ପ୍ରଭାବିତ ଅଞ୍ଚଳରେ କେତେକ ସ୍କୁଲ୍‌ ଓ ଅଫିସ୍‌ ବନ୍ଦ କରାଇଛନ୍ତି।

ସୂଚନାନୁଯାୟୀ , ‘ନିପା’ ଭୂତାଣୁ ସଂକ୍ରମଣ ରୋକିବା ଲାଗି ମଧ୍ୟ ସରକାର କଟକଣା ଓ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି।କୋଜିକୋଡ଼ ଜିଲ୍ଲାରେ ଜଣେ ୯ ବର୍ଷିୟ ବାଳକ ସମେତ ୪ଜଣଙ୍କର ମୃତ୍ୟୁ ଘଟଣାରେ ‘ନିପା’ ଭୂତାଣୁ ସଂକ୍ରମଣ କଥା ସୁନିଶ୍ଚିତ କରାଯିବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ବିଧାନସଭାରେ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ଏହା ହେଉଛି ‘ନିପା’ ଭୂତାଣୁର ବାଂଲାଦେଶୀ ପ୍ରଜାତି। ସ୍ବଳ୍ପ ସଂକ୍ରମଣଶୀଳ ହେଲେ ବି ଏହା ମଣିଷରୁ ମଣିଷ ଶରୀରକୁ ବ୍ୟାପିଥାଏ ଏବଂ ଏଥିଜନିତ ମୃତ୍ୟୁହାର ବି ଅଧିକ।

Related posts

ଅନନ୍ୟା ପାଣ୍ଡେ ଏବେ ନିଜ ଷ୍ଟେଟମେଣ୍ଟକୁ ନେଇ କମେଣ୍ଟର ଶିକାର

mahabharatanews

ଶପଥ ଗ୍ରହଣ କଲେ ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ

mahabharatanews

ବାରାଣସୀ ଷ୍ଟାଡିୟମରେ ଭଗବାନ ଶିବଙ୍କ ଥିମ୍ 

mahabharatanews