ଓଡିଶା

ବାଚସ୍ପତି ନିର୍ବାଚନ; କଂଗ୍ରେସ ପରେ ବିଜେପିର ବର୍ଜନ

(ଭୁବନେଶ୍ୱର) : କଂଗ୍ରେସ ପରେ ବାଚସ୍ପତି ନିର୍ବାଚନକୁ ଏବେ ବିଜେପି ମଧ୍ୟ ବର୍ଜନ କରିବ ବୋଲି ସୂଚନା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ନାଉରୀ ନାୟକ ଏହି ସୂଚନା ଦେଇଛନ୍ତି।

ସେ ତାଙ୍କ ମତ ରଖି କହିଛନ୍ତି କି, ‘‘ବାଚସ୍ପତି ନିର୍ବାଚନକୁ ଦଳ ବର୍ଜନ କରିବ। ନୂଆଁଖାଇ ସମୟରେ ନିର୍ବାଚନ ହେବାକୁ ଥିବା କାରଣରୁ ଦଳ ଓ ବିରୋଧୀ ଦଳର ନେତା ନିର୍ବାଚନକୁ ବର୍ଜନ କରିବା ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦାବି ହୋଇଥିଲେ ବି ସରକାର ତାହାକୁ ଶୁଣିନଥିବା ବେଳେ ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ ଘୋଷଣା କରି ପଶ୍ଚିମ ଓଡ଼ିଶାର ଜନଭାବନା ପ୍ରତି ଆଘାତ ଦେଇଛନ୍ତି ସରକାର ବୋଲି କହିଛନ୍ତି ।’’

Related posts

ଅପରାହ୍ନରେ ଜାରି ରହିଛି ପ୍ରବଳ ବର୍ଷା 

mahabharatanews

ପୁରୀରେ ଆଂଶିକ ବନ୍ଦ

mahabharatanews

ଚୋରୀ ବେଳେ ଧରାପଡିଲେ, ବାଇକ୍ ଛାଡି ଚମ୍ପଟ

mahabharatanews