ଓଡିଶା

ଆଜି ଉଦଘାଟନ ହେବ କଟକ ନେତାଜୀ ବସ୍ ଟର୍ମିନାଲ୍

(କଟକ) : ଆଜି ଲୋକାର୍ପଣ ହେବ କଟକ ନେତାଜୀ ବସ୍ ଟର୍ମିନାଲ୍ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ .୩୦ ସମୟରେ କଟକ ଆସି ଉଦଘାଟନ କରିବେ । ବସ ଟର୍ମିନାଲ ସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା ୧୨ଟି ପ୍ରକଳ୍ପର ଉଦଘାଟନ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାନୁଯାୟୀ ,୧୯୨ ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଟର୍ମିନାଲ ପରିସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଯୋଗଦେବା ସହିତ ଭର୍ଚୁଆଲରେ ଅନ୍ୟ ୧୨  ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ।

Related posts

ଅସହାୟଙ୍କ ପାଇଁ ସ୍ୱପ୍ନ ସରକାରୀ ଯୋଜନା: ଭଙ୍ଗା କୁଡିଆରେ ବିତୁଛି ଉର୍ମିଳାଙ୍କ ଜୀବନ

mahabharatanews

କାଳବୈଶାଖୀ ନେଇ ୮ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି

mahabharatanews

ରାଜ୍ୟରେ ପୁଣି ୧୦ ଜଣଙ୍କ ଜୀବନ ନେଲା କରୋନା

mahabharatanews