ଓଡିଶା

ସ୍କ୍ରବ୍ ଟାଇଫସ ଆତଙ୍କ; କେନ୍ଦୁଝରରୁ ସର୍ବାଧିକ ୩୩୪ ଆକ୍ରାନ୍ତ ଚିହ୍ନଟ 

(ଭୁବନେଶ୍ୱର) :  ଡେଙ୍ଗୁ ପରେ ଏବେ ରାଜ୍ୟରେ ଆତଙ୍କ ଖେଳାଇଛି ସ୍କ୍ରବ୍ ଟାଇଫସ୍‌ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି କୀଟ ଆକ୍ରମଣରେ ୬ ଜଣଙ୍କର ପ୍ରାଣହାନି ହେଲାଣି । ଏହାର ପ୍ରଭାବ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ରହିଛି । କେବଳ କେନ୍ଦୁଝରରେ ୩୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏ ନେଇ କେନ୍ଦୁଝର CDMO ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ୮୮୭  ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୩୩୪ ଜଣଙ୍କର ପଜିଟିଭ୍‌ ଆସିଛି । କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡିକାଲରେ ୧୫ ରୁ ଅଧିକ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ଯୋଡ଼ା, ତେଲକୋଇ, ହରିଚନ୍ଦନପୁର ଅଞ୍ଚଳରେ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍କ୍ରବ୍‌ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

Related posts

ଗୋପାଳ ସମୁଦ୍ରରେ ଅଘଟଣ , ମାଛ ମାରିବାକୁ ଯାଇଥିବା ବେଳେ ଟଙ୍ଗା ଓଲଟି ଜଣେ ମୃତ , ଅଳ୍ପକେ ବତ୍ତିଲେ ୨

mahabharatanews

ହଇଜା ସଂକ୍ରମଣ ଉଦ୍‌ବେଗଜନକ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି 

mahabharatanews

ଧାମରା ଅଦାନି ଡିଏଭି ଛାତ୍ରଛାତ୍ରୀ ନାସା ଦ୍ୱାରା ହେବେ ସମ୍ମାନିତ

mahabharatanews