ଓଡିଶା

ରାଜଧାନୀରେ ୨୫୬୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ 

(ଭୁବନେଶ୍ୱର)  : ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ବୃଦ୍ଧି ପାଇବାରେ ଲାଗିଛି ।  ଭୁବନେଶ୍ବରରେ ୨୫୬୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ଡେଙ୍ଗୁ କମିବା ପରିବର୍ତ୍ତେ ବଢ଼ିବଢ଼ି ଚାଲିଥିଲା। ‌ଭୁବନେଶ୍ବରରେ ଯେତେବେଳେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପହଞ୍ଚିଥିଲା, ସେତେବେଳେ ହିଁ ବିଏମ୍‌ସିର ନିଦ ଭାଙ୍ଗିଥିଲା।

ସୂଚନାନୁଯାୟୀ, ଆଜି ସୁଦ୍ଧା ସାରା ରାଜ୍ୟରେ ୪୩୮୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ଏହି ସଂଖ୍ୟା ୨୬୫୬ ହୋଇଛି। ରାଜଧାନୀରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବମାନେ ରହୁଥିବାରୁ ବିଏମ୍‌ସି ଡେଙ୍ଗୁ ମୁକାବିଲାକୁ ଗୁରୁତ୍ବ ଦେଉଛି। କେବଳ ଗୁରୁତ୍ବ ଦେଇ ନାହିଁ, ଅଧିକ ଅର୍ଥ ଖର୍ଚ୍ଚ କରିବା ସହ ସର୍ବାଧିକ ମାନବ ସମ୍ବଳ ବିନିଯୋଗ କରିଛି। ହେଲେ ଡେଙ୍ଗୁକୁ ନିୟନ୍ତ୍ରଣ କରି ହେଇନି ଓ ଲୋକେ ଆତଙ୍କିତ ଅଛନ୍ତି।

 

 

Related posts

୧୫ ପରେ ରାଜ୍ୟରେ ଆରମ୍ଭ ହେବ ଗର୍ଭବତୀଙ୍କ ଟୀକାକରଣ

mahabharatanews

ବର୍ଷାରେ ଭିଜୁଛି ରାଜ୍ୟ, ୪ ଦିନ ବର୍ଷାରୁ ନାହିଁ ନିସ୍ତାର

mahabharatanews

ଘୂର୍ଣ୍ଣିବଳୟ ପ୍ରଭାବରେ ଆହୁରି ୩ ଦିନ ବର୍ଷିବ

mahabharatanews