ମନୋରଞ୍ଜନ

୨୪ରେ ହାତକୁ ଦି ହାତ ହେବେ ପରିଣୀତି ଓ ରାଘବ 

(ମୁମ୍ବାଇ) : ଆସନ୍ତା ୨୪ ତାରିଖରେ ରାଜସ୍ଥାନର ଉଦୟପୁରଠାରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ସୂଚନାନୁଯାୟୀ , ବରଯାତ୍ରୀଙ୍କୁ ରାଜସ୍ଥାନୀ ସଂସ୍କୃତି ଓ ପରମ୍ପରାରେ ସ୍ବାଗତ କରାଯିବ। ବିବାହ ମଣ୍ଡପକୁ ସଜାଇବା ଲାଗି କୋଲକାତା ଓ ଦିଲ୍ଲୀରୁ ସ୍ବତନ୍ତ୍ର ଧରଣର ଧଳା ରଙ୍ଗର ଫୁଲମାନ ମଗାଯାଇଛି।ପ୍ରୀତିଭୋଜନରେ ବିଭିନ୍ନ ପ୍ରକାର ପଞ୍ଜାବୀ ଓ ରାଜସ୍ଥାନୀ ବ୍ୟଞ୍ଜନ ପରଷାଯିବ। ଚଳିତବର୍ଷ ପ୍ରାରମ୍ଭରେ ମୁମ୍ବାଇର ଏକ ଭୋଜନାଳୟରେ ପରିଣୀତି ଓ ରାଘବ ଏକାଠି ବସି ଖାଉଥିବାର ଫଟୋ ପ୍ରସାରିତ ହେଲା ପରେ ସେମାନଙ୍କ ଭିତରେ ପ୍ରେମସମ୍ପର୍କ ଗଢ଼ି ଉଠିଥିବା ଚର୍ଚ୍ଚା ହୋଇଥିଲା।

Related posts

କ୍ୟାଟ୍ରିନାଙ୍କ ‘Deefake Video’ ଭାଇରଲ  

mahabharatanews

 ଚର୍ଚାରେ ବଚ୍ଚନ ପରିବାରର ହୋଲି ପାର୍ଟି

mahabharatanews

ଆହତ ହେଲେ ଭାଇଜାନ

mahabharatanews