ଓଡିଶା

ବିଜେଡିରୁ ବିଦା ହେଲେ ବିଧାୟକ ସୌମ୍ୟ ଓ ସୁଧାଂଶୁ

(ଭୁବନେଶ୍ୱର) :  ବିଜେଡିରୁ ବିଦା ହେଲେ ସୌମ୍ୟ ପଟ୍ଟନାୟକଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା  । ଉଭୟ ଦଳରୁ ବହିଷ୍କୃତ ହୋଇଛନ୍ତି । ଜନ ବିରୋଧୀ କାର୍ଯ୍ୟପାଇଁ ଉଭୟଙ୍କୁ ଦଳୁ ବହିଷ୍କାର କରାଯାଇଥିବା ନେଇ ନେଇ ଘୋଷଣା କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।

ସୂଚନାନୁଯାୟୀ, ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ରେ ସୌମ୍ୟଙ୍କ ବିରୋଧରେ ଥିବା ବ୍ୟାଙ୍କ୍ ଠକେଇ ମାମଲା ଉପରେ ସୌମ୍ୟଙ୍କ ବିରୋଧରେ ଏ ପଦକ୍ଷେପ ନିଆଯାଇଛି । କିଛି ଦିନ ପୂର୍ବରୁ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯାଇଥିଲା । ଏହା ପରେ ବର୍ତ୍ତମାନ ଆଜି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।ସେହିପରି ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ରହିଛି । ଯାହାର ତଦନ୍ତ ଭିଜିଲାନ୍ସ କରୁଛି ।

Related posts

ଆଜି କୁମାର ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

mahabharatanews

ଗୃହମନ୍ତ୍ରୀଙ୍କ ଢେଙ୍କାନାଳ ଜିଲ୍ଲାରେ ବିଭାଗୀୟ ସମୀକ୍ଷା

mahabharatanews

କୋରୋନା ସହାୟତାରେ ହାତ ବଢାଇଛନ୍ତି ଦୁଇ ଭଉଣୀ

mahabharatanews