ଓଡିଶା

ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା, ଆସନ୍ତାକାଲି ହେବ ଆଲୋଚନା 

(ଭୁବନେଶ୍ୱର) :  ଗତ କିଛି ଦିନ ହେବ ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ବସିଥିଲେ । ଏହା ପରେ ବର୍ତ୍ତମାନ ସେମାନଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଛି । ଆସନ୍ତା ୨୩  ତାରିଖ ସନ୍ଧ୍ୟା ୫ଟା ରେ ହେବ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଆଲୋଚନା ହେବ ।

ସୂଚନାନୁଯାୟୀ,  ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ । ଆନ୍ଦୋଳନରୁ ଓହରିଥିବା ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡକାଯାଇଛି । ଏନେଇ ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ମହାସଚିବ ।  ଶିକ୍ଷକଙ୍କ ଦାବିକୁ ସରକାର ଗୁରୁତ୍ୱର ସହ ନେବା ସହ ସେଥିପାଇଁ ସମୟ ନେଇଛନ୍ତି । ଏହି ସମୟ ମଧ୍ୟରେ ସରକାର ଶିକ୍ଷକଙ୍କ ଦାବି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବେ ।

Related posts

ଆଠଗଡ ମେଡିକାଲ ପରିସରରେ ଆହାର କେନ୍ଦ୍ର ଉଦ୍ଘାଟିତ

mahabharatanews

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ: ଖଣି ମନ୍ତ୍ରୀ

mahabharatanews

ଏମସରେ ଭର୍ତ୍ତି ହେଲେ  ପ୍ରଦୀପ ପାଣିଗ୍ରାହୀ 

mahabharatanews