(ଜମ୍ମୁକାଶ୍ମୀର) : ୨ଟି ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ଠାବ କରିବା ପରେ ରବିବାର ଦିନ କୁଲ୍ଗାମ ପୁଲିସ ଜମ୍ମୁ ଓ କଶ୍ମୀରରେ ୫ଜଣ ‘ହାଇବ୍ରିଡ୍’ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ , ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ଆଦିଲ୍ ହୁସେନ୍ ୱାନି, ସୁହୈଲ୍ ଅହମଦ୍ ଦର୍, ଏତ୍ମାଦ୍ ଅହମଦ୍ ଲାୱେ, ମେହରାଜ ଅହମଦ୍ ଲୋନି ଓ ସବ୍ଜର୍ ଅହମଦ୍ ଖାର୍। ଆତଙ୍କବାଦୀ ସଂଗଠନ ‘ଲଶ୍କର୍-ଏ-ତୈବା’ ସହିତ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ଏହି ଅଭିଯାନରେ ଉଦ୍ଧାର କରାଯାଇଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ଅଛି ୨ଟି ପିସ୍ତଲ୍, ୩ଟି ଗ୍ରେନେଡ୍ , ଗୋଟିଏ ୟୁବିଜିଏଲ୍ ଓ ଅନ୍ୟାନ୍ୟ ଆଗ୍ନେୟାସ୍ତ୍ର।