ଓଡିଶା

ଚତୁର୍ଥ ଦିନରେ ମୌସୁମୀ ଅଧିବେଶନ

(ଭୁବନେଶ୍ୱର) : ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ । ଆରମ୍ଭ ହେବା ଦିନ ଠାରୁ ଗୋଟିଏ ବି ଦିନ ଗୃହ ସୁରୁଖୁରୁରେ ଚାଲିପାରିନାହିଁ । ତିନି ଦିନ ଧରି ଅଚଳାବସ୍ଥା ଲାଗି ରହିଛି । ବିରୋଧୀ ବିଜେପି ଗୃହରେ ହଟ୍ଟଗୋଳ କରୁଛି । ଫଳରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବା ପ୍ରସ୍ତାବ ଉପରେ ଆଲୋଚନା ବି ହୋଇପାରୁନାହିଁ । ଗତକାଲି ଅଧିବେଶନର ତୃତୀୟ ଦିନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ।

ସୂଚନାନୁଯାୟୀ ,  ପ୍ରଶ୍ନ ରିଜେକ୍ଟ କରିବାକୁ ବିରୋଧ କରି ବିଜେପି ବିଧାୟକ ମାନେ କଳା ବ୍ୟାଚ୍ ପରିଧାନ କରିବା ସହ ଗୃହର ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଥିଲେ । ଫଳରେ ପ୍ରଥମେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଖାଲିସ୍ତାନୀ ନେଟୱାର୍କ ଉପରେ କାର୍ଯ୍ୟାନୁଷ୍ଠାନ; ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ୫୦ଟି ସ୍ଥାନରେ NIA ଚଢାଉ ଦିନ ୧୨ଟା ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ନାରାବାଜି କରିଥିଲେ ବିଜେପି ବିଧାୟକ । ଫଳରେ ଗୃହ କାର୍ଯ୍ୟ ଚାଲି ପାରିନଥିଲା । ଏହା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪  ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

Related posts

ସ୍ୱଚ୍ଛ ସାଥୀ ମହିଳା କର୍ମଚାରୀଙ୍କୁ ଅସଦାଚରଣ

mahabharatanews

ଆସନ୍ତୁ ବୁଲିଯିବା ‘କୋଇଲି ଘୋଘର’

mahabharatanews

ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ଅନୁଷ୍ଠିତ

mahabharatanews