ଭାରତ

 ଆସନ୍ତାବର୍ଷ ଲଞ୍ଚ ହେବ ଶୁକ୍ରଯାନ  

(ବେଙ୍ଗଲୁର) :  ସଫଳ ଚନ୍ଦ୍ର ଓ ସୂର୍ଯ୍ୟ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବେ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବାକୁ ଯୋଜନା କରୁଛି। ଶୁକ୍ର ଗ୍ରହକୁ ଯେଉଁ ପେଲୋଡ୍‌ଗୁଡ଼ିକ ପଠାଯିବ ସେଗୁଡ଼ିକ ତିଆରି ସରିଯାଇଛି। ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମିରେ ଉଦ୍‌ବୋଧନ ଦେବା ଅବସରରେ ସୋମନାଥ ଏହା କହିଛନ୍ତି। ଏହି ମିସନର ନାମ ଶୁକ୍ରଯାନ ରହିବ । ଏହା ଆସନ୍ତାବର୍ଷ ଲଞ୍ଚ ହେବ ବୋଲି ଆଶା କରାଯାଉଛି।

ସୂଚନାନୁଯାୟୀ,ଏସିଡ୍‌ରେ ପରିପୂର୍ଣ୍ଣ ଶୁକ୍ରଙ୍କ ବହଳ ବାୟୁମଣ୍ଡଳ ଏବଂ ଏହାର ପୃଷ୍ଠଦେଶ ଉପରେ ଶୁକ୍ରଯାନ ଗବେଷଣା କରି ତଥ୍ୟ ପ୍ରଦାନ କରିବ। ଶୁକ୍ରର ବାୟୁଚାପ ପୃଥିବୀଠାରୁ ୧୦୦ ଗୁଣ ଅଧିକ। ଫଳରେ ଏହା ଉପରେ ଅନୁଧ୍ୟାନ କରିବା ଅତ୍ୟନ୍ତ ଆହ୍ବାନମୂଳକ। ସୋମନାଥ କହିଛନ୍ତି, ଶୁକ୍ରଙ୍କ ବାୟୁମଣ୍ଡଳ ଏତେ ବହଳିଆ ଯେ ତା’ ଭିତରେ ପଶିବା କଷ୍ଟକର ଏବଂ ଶୁକ୍ର ପୃଷ୍ଠଦେଶ କଠିନ କି ନରମ ତାହା ବି ଜଣାନାହିଁ।

Related posts

ଜମି ଦୁର୍ନୀତି ମାମଲା: ଇଡି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ  

mahabharatanews

ଇସ୍ତଫା ଦେଲେ ପେଟିଏମ୍ ସିଇଓ ତଥା ସଭାପତି ଭବେଶ ଗୁପ୍ତା

mahabharatanews

ବିଧାନସଭାରେ ହାଇଭୋଲଟେଜ୍ ଡ୍ରାମା : ଭଜନ କିର୍ତ୍ତନ କଲେ, ସେଇଠି ଶୋଇଲେ

mahabharatanews