ଭାରତ

ବେଙ୍ଗାଲୁରୁରେ ୧୪୪

(ବେଙ୍ଗଲୁରୁ) :  କର୍ଣ୍ଣାଟକ ବନ୍ଦ । ଏ ନେଇ ରାଜଧାନୀ ବେଙ୍ଗାଲୁରୁରେ ଟ୍ରାଫିକ ସମେତ ଅନେକ ସେବା ପ୍ରଭାବିତ ହୋଇପାରେ । ଶାନ୍ତି ବଜାୟ ରଖିବା ପାଇଁ ଗୁରୁବାର ରାତିରୁ ଧାରା ୧୪୪ ଲାଗୁ କରାଯାଇଛି । ଏହି ବନ୍ଦ ସମ୍ପର୍କରେ ବେଙ୍ଗାଲୁରୁ ପୋଲିସ କହିଛି ଯେ କୌଣସି ସଂସ୍ଥା ପୋଲିସ ବିଭାଗ ସହ ଯୋଗାଯୋଗ କରିନାହାଁନ୍ତି କିମ୍ବା ଏ ନେଇ ଅନୁମତି ନେଇ ନାହାଁନ୍ତି ।

ସୂଚନାନୁଯାୟୀ , କାବେରୀ ଜଳ ବିବାଦ ମଧ୍ୟରେ କନ୍ନଡ ସଂଗଠନର ଅଗ୍ରଣୀ ସଂଗଠନ କନ୍ନଡ ଓକୁଟା ସେପ୍ଟେମ୍ବର ୨୯ରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି । ଏଭଳି ପରିସ୍ଥିତିରେ ବେଙ୍ଗାଲୁରୁ ନଗର ପୋଲିସ ଗୁରୁବାର ମଧ୍ୟରାତ୍ରରୁ ଶୁକ୍ରବାର ମଧ୍ୟରାତ୍ର ପର୍ଯ୍ୟନ୍ତ କର୍ଣ୍ଣାଟକର ରାଜଧାନୀରେ ଧାରା ୧୪୪ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି । ସହରର କୌଣସି ସ୍ଥାନରେ ବିରୋଧ କରିବା ବେଆଇନ ହୋଇଥିବାରୁ ପୋଲିସ କୌଣସି ବିରୋଧକୁ ଅନୁମତି ଦେବ ନାହିଁ ଏବଂ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ଅଟକ ରଖାଯିବ ।”

Related posts

ପରଲୋକରେ ବିଧାୟକ ରାଜେନ୍ଦ୍ର ପାଟନୀ

mahabharatanews

ତାମିଲନାଡ଼ୁରେ ଟଳିଲା ବଡ଼ ଟ୍ରେନ୍‌ ଦୁର୍ଘଟଣା, ବର୍ତିଲେ ଯାତ୍ରୀ

mahabharatanews

କମିଲା ବ୍ୟବସାୟିକ ସିଲିଣ୍ଡରର ଦର

mahabharatanews