ଭାରତ

ବଢ଼େଇ କାମ କରି ଚର୍ଚାରେ ରାହୁଲ୍‌ ଗାନ୍ଧୀ

(ଦିଲ୍ଲୀ) : ବଢ଼େଇଙ୍କ ସହିତ ବାର୍ତ୍ତା ଆଳାପ କଲେ ରାହୁଲ୍‌ ଗାନ୍ଧୀ । ଗୁରୁବାର ଦିନ କଂଗ୍ରେସ ନେତା ଦିଲ୍ଲୀର କୀର୍ତ୍ତି ନଗର ଆସବାବ୍‌ପତ୍ର ବଜାରକୁ (ଫର୍ଣ୍ଣିଚର୍‌ ମାର୍କେଟ୍‌) ଯାଇ ସେଠାରେ ଥିବା ବଢ଼େଇମାନଙ୍କ ସହିତ ଆଳାପ କରିଛନ୍ତି। ଏହା ହେଉଛି ଜାତୀୟ ରାଜଧାନୀ ଅଞ୍ଚଳରେ ରାହୁଲ୍‌ ଗାନ୍ଧୀଙ୍କର ଏ ଧରଣର ତୃତୀୟ ଗସ୍ତ। ଅଗଷ୍ଟ ମାସରେ ସେ ଆଜାଦପୁର ମଣ୍ଡି ଯାଇ ଫଳ ଓ ପନିପରିବା ଦୋକାନୀମାନଙ୍କୁ ସାକ୍ଷାତ କରିଥିଲେ। ଅଳ୍ପ ଦିନ ତଳେ ସେ ଆନନ୍ଦ ବିହାର ରେଳ ଷ୍ଟେସନ୍‌ ଯାଇ କୁଲିମାନଙ୍କ ସହିତ କଥାବାର୍ତ୍ତା କରିଥିଲେ।

ସୂଚନାନୁଯାୟୀ ,  ଏ ନେଇ ସେ ଲେଖିଛନ୍ତି , ଆଜି ମୁଁ ଦିଲ୍ଲୀ କୀର୍ତ୍ତି ନଗରସ୍ଥିତ ଏସିଆର ବୃହତ୍ତମ ଆସବାବ୍‌ପତ୍ର ବଜାରକୁ ଯାଇ ବଢ଼େଇଭାଇମାନଙ୍କୁ ଭେଟିଲି। କର୍ମଠ ହେବା ସହିତ ସେମାନେ ଅଦ୍ଭୁତ ଶିଳ୍ପୀ ମଧ୍ୟ। ମଜଭୁତ ଓ ସୁନ୍ଦର ସାମଗ୍ରୀ ତିଆରି କରିବାରେ ସିଦ୍ଧହସ୍ତ। ଆମେ ବହୁତ ବିଷୟରେ କଥାବାର୍ତ୍ତ ହେଲୁ, ସେମାନଙ୍କ ଦକ୍ଷତା ବିଷୟରେ ସାମାନ୍ୟ ଅବଗତ ହେବା ସହିତ ସେମାନଙ୍କଠାରୁ ଟିକେ କାମ ଶିଖିବାକୁ ପ୍ରୟାସ କଲି ।

Related posts

କେଜ୍ରିୱାଲଙ୍କ ଆବେଦନ ଖାରଜ

mahabharatanews

ପ୍ରିୟଙ୍କା ଚୋପ୍ରା ପିଲାଙ୍କ ସୁରକ୍ଷାକୁ ନେଇ ସାହାର୍ଯ୍ୟ ମାଗିଲେ, ସେୟାର କଲେ ପୋଷ୍ଟ

mahabharatanews

ଅତିକ ବ୍ରଦର୍ସ ହତ୍ୟାକାଣ୍ଡ ତଦନ୍ତକୁ ନେଇ ପିଟିସନ ଅପିଲ କରିଛନ୍ତି ଆଇନଜୀବୀ ବିଶାଲ

mahabharatanews