ମନୋରଞ୍ଜନ

 ଦ୍ବିତୀୟ ଅତିଥି ଅପେକ୍ଷାରେ ବିରାଟ ଓ ଅନୁଷ୍କା

(ମୁମ୍ବାଇ) : ମା ବାପା ହେବାକୁ ଯାଉଛନ୍ତି  କ୍ରିକେଟର୍‌ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା l ଦ୍ବିତୀୟ ଥର ପାଇଁ ମାଆ ବନିବେ ବୋଲି  ଅଭିନେତ୍ରୀ ଅନୁଷ୍କା ଚର୍ଚା ହେଉଛି l ଯାହାଙ୍କୁ ନେଇ ସପ୍ତାହନ୍ତରେ ଏକ ବଡ଼ ଖବର ହସ୍ତଗତ ହୋଇଛି। ଏକ ରିପୋର୍ଟ ଅନୁସାରେ ଅନୁଷ୍କା ପୁନର୍ବାର ମାଆ ବନିବାକୁ ଯାଉଛନ୍ତି।

ସୂଚନାନୁଯାୟୀ , ଅନୁଷ୍କା ଏବେ ତାଙ୍କର ଦ୍ବିତୀୟ ତ୍ରୈମାସିକରେ ଅଛନ୍ତି ଓ ନିଜ ଗର୍ଭକାଳୀନ ସମୟକୁ ଖୁବ୍‌ ଉପଭୋଗ କରୁଛନ୍ତି। କୁହାଯାଉଛି କି ଗତ ଥର ଭଳି ଦମ୍ପତି ଏଥର ବି ଶେଷ ମୁହୂର୍ତ୍ତରେ ଲୋକଙ୍କ ସହ ଖୁସି ଖବର ସେୟାର୍‌ କରିବେ।  ଅନୁଷ୍କା ଗର୍ଭବତୀ ଅଛନ୍ତି ବୋଲି ଆଉ ଏକ କାରଣରୁ ବି ଅନୁମାନ କରାଯାଉଛି। କିଛି ଦିନ ତ‌ଳେ ଏହି ଲର୍ଭବାର୍ଡସଙ୍କୁ ଏକ ମାର୍ଟନିଟି କ୍ଲିନିକ୍‌ ବାହାରେ ଦେଖିବାକୁ ମିଳିଥିଲା।

Related posts

ଏହି ତାରିଖରେ ଫିଲ୍ମ ‘ପୁଷ୍ପା : ଦ ରୁଲର

mahabharatanews

ନିଜ ରିଲେସନକୁ ଓପନ କରି ଗାର୍ଲଫ୍ରେଣ୍ଡ ସହ ଫୋଟୋ ଛାଡିଲେ ହ୍ରିତିକ ରୋଶନ

mahabharatanews

କପିଲ ଶର୍ମା ସୋରେ ନଜର ଆସିବେ ଅନ୍ତର୍ଜାତୀୟ କ୍ରିକେଟର

mahabharatanews