ଭାରତ

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଉଠାଇ ନେଲା ଇଡି

(ଦିଲ୍ଲୀ) :  ଗିରଫ ହେଲେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । ଇଡି ତାଙ୍କୁ ଆର୍ଥିକ ହେରଫେର ମାମଲାରେ ଗିରଫ କରିଛି ।  ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦଳ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଥିଲେ ।  ଲିକର୍ ପଲିସି ମାମଲାରେ ଅଭିଯୁକ୍ତ ଦିନେଶ ଆରୋରା ସଞ୍ଜୟ ସିଂହଙ୍କ ନାଁ ନେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ,  ଦିଲ୍ଲୀ ମଦ ଦୁର୍ନୀତି ମାସଲାରେ ଇଡି ଏକ ଚାର୍ଜସିଟ ଦାଖଲ କରିଥିଲେ ଯେଉଁଥିରେ ସଞ୍ଜୟ ସିଂଙ୍କ ନାମ ଉଲ୍ଲେଖ କରାଯାଇଥିଲା। ଗତଥର ଯେତେବେଳେ ଟିମ୍‌ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ସେ ଇଡି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ । ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଚଳିତ ବର୍ଷ ଫେବ୍ରୁୟାରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି ।

Related posts

 ୮ରୁ ଦିଲ୍ଲୀରେ ଅନଲାଇନ ଫୁଡ୍‌ ଡେଲିଭରି ମନା

mahabharatanews

ଜଳମୟ ଚେନ୍ନାଇ, ରାସ୍ତାରେ ବୁଲୁଛି କୁମ୍ଭୀର

mahabharatanews

ଟ୍ରେନ ଦୁର୍ଘଟଣା : ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

mahabharatanews