ଭାରତ

୧୮ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସବୁ ବିମାନ ବନ୍ଦ 

(ଦିଲ୍ଲୀ) : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏୟାର ଇଣ୍ଡିଆ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ଅକ୍ଟୋବର ୧୮ ପର୍ଯ୍ୟନ୍ତ ତେଲ ଆଭିବକୁ ନିଜର ସମସ୍ତ ବିମାନକୁ ବାତିଲ କରିଛି।

ସୂଚନାନୁଯାୟୀ, ଏୟାରଲାଇନ୍ସ  ଜରୁରୀ ଆବଶ୍ୟକତା ଆଧାରରେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଚାର୍ଟର୍ଡ ବିମାନ ଚଳାଚଳ କରିବ। ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ ଅଜୟ’ ଅଧୀନରେ ଏୟାରଲାଇନ୍ସ ଦୁଇଟି ବିମାନ ଚଳାଚଳ କରିଛି। ‘ଅପରେସନ ଅଜୟ’ ଅଧୀନରେ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ଭାରତୀୟ ଇସ୍ରାଏଲରୁ ସ୍ୱଦେଶ ଫେରିଛନ୍ତି।

Related posts

ସଂସଦରେ ହାତ ମିଳାଇଲେ ପିଏମ୍ ମୋଦୀ- ରାହୁଲ ଗାନ୍ଧୀ

mahabharatanews

ମହିଳା ଏସ୍‌ଆଇ ହୋଇପାରନ୍ତି ଗିରଫ!

mahabharatanews

ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ସାଂସଦ ଫାରୁକ୍ ଅବଦୁଲ୍ଲା

mahabharatanews