ଅପରାଧଓଡିଶା

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

ଭୁବନେଶ୍ୱର: ଟ୍ରେନ ଟଏଲେଟରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକ କୁ ଆରପିଏଫ ଗିରଫ କରିଛି। ଆଜି ଭୁବନେଶ୍ୱରରେ ପହଞ୍ଚିବ୍ ହତ୍ୟାକାରୀ ପ୍ରେମିକ । ସୂଚନା ଅନୁଯାଇ , ଧାନବାଦ ଏକ୍ସପ୍ରେସରେ ରାଞ୍ଚି ମହିଳାଙ୍କୁ ହତ୍ୟା ମାମଲାରେ ୬ ମାସ ପରେ ଅଭିଯୁକ୍ତକୁ ସୁରଟ ରୁ କାବୁ କରି ଭୁବନେଶ୍ୱର ଆଣୁଛି ଜିଆର୍ପି । ଅଭିଯୁକ୍ତ ଗଞ୍ଜାମ ଧରାକୋଟ ର ଶୁଧାଂଶୁ ପ୍ରଧାନଙ୍କୁ ସୁରଟ ର ଆମରୋଲି ଭଡାଘରେ ଚଢ଼ାଉ କରି ଅଭିଯୁକ୍ତକୁ ଧରିଛି ପୋଲିସ । ମୃତ ମହିଳା ହେଲେ ରାଞ୍ଚି ର ସୁମନ କୁମାରୀ । ଫେସବୁକ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥିଲା । ଉଭୟ ବିବାହ ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିବା ଜିଆର୍ପି ସୂତ୍ରରୁ ପ୍ରକାଶ ପାଇଛି । କିନ୍ତୁ ସୁଧାଂଶୁ ପୂର୍ବରୁ ବିବାହ କରିବାରୁ ପରେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ରାସ୍ତାରୁ ହଟାଇବା ପାଇଁ ପ୍ଲାନ କରିଥିଲା କିଲର ସୁଧାଂଶୁ । ଏପ୍ରିଲ ୧୯ତାରିଖ ରାତିରେ ଦୁହେଁ ରାଉରକେଲା ଷ୍ଟେସନରୁ ଟ୍ରେନ ଧରିଥିଲେ କିନ୍ତୁ ଭୁବନେଶ୍ୱର ପହଞ୍ଚିବା ପୂର୍ବରୁ ତଣ୍ଟି କାଟି ହତ୍ୟା କରିଥିଲା ପ୍ରେମିକ । ଶାରୀରିକ ସମ୍ପର୍କ ରଖିବା ବାହାନାରେ ଟ୍ରେନ ଟଏଲେଟ ରେ ଘଟାଇଥିଲା ହତ୍ୟାକାଣ୍ଡ । ହତ୍ୟା ପରେ ମଞ୍ଚେଶ୍ୱର ଷ୍ଟେସନ ନିକଟରୁ ଫେରାର ହୋଇଯାଇଥିଲା ଶୁଧାଂଶୁ । ସିସିଟିଭି, ଫୋନ ଟ୍ରାକିଂ ଦ୍ୱାରା ଧରାପଡ଼ିଲା ଅଭିଯୁକ୍ତ ସୁଧାଂଶୁ ।

Related posts

କେଶରୀ ମଲରେ ଅଗ୍ନିକାଣ୍ଡ

mahabharatanews

ବନାଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳରେ ସ୍ୱତନ୍ତ୍ର ପଦକ୍ଷେପ 

mahabharatanews

ରାଜ୍ୟରେ ହେବ ୨୦ଟି ସାଇନ୍ସ ପାର୍କ : ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ 

mahabharatanews