ଭାରତମନୋରଞ୍ଜନ

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି । ପ୍ରଭାସ ଏବେ ଯାଏ ଆକ୍ସନ ରୋମାନ୍ସରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଛୋଟରୁ ବଡ ଯାଏଁ ସବୁ ତାଙ୍କ ଫ୍ୟାନ୍ସ ଅଛନ୍ତି ।ଆଜି ପ୍ରଭାସଙ୍କ ଜନ୍ମ ଦିନରେ ତାଙ୍କ ସମ୍ପର୍କରେ କିଛି କଥା..

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯିଏ ନିଜର ଦମଦାର ସ୍ୱର ଏବଂ ସୁନ୍ଦର ଅଭିନୟ ପାଇଁ ଦର୍ଶକ ହୃଦୟ ଜିତିଥିଲେ। ସେ କେବେ ବି ହିରୋ ହେବା ପାଇଁ ଚାହୁଁ ନଥିଲେ। ପ୍ରଭାସଙ୍କ ପରିବାରର ସିନେମା ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଛି। କିନ୍ତୁ ସେ କେବେ ଅଭିନେତା ହେବାକୁ ଚାହୁଁନଥିଲେ। ପ୍ରଭାସ ଖାଇବା ପିଇବାକୁ ଖୁବ୍ ପସନ୍ଦ କରନ୍ତି । ଏଥିପାଇଁ ସେ ହୋଟେଲ୍‌ ବ୍ୟବସାୟ କରିବାକୁ ଇଚ୍ଛା ରଖିଥିଲେ। ହେଲେ ପ୍ରଭାସଙ୍କ ଦାଦା ଏକ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ ଏବଂ ସେହି ଚଳଚ୍ଚିତ୍ରର କାହାଣୀର ହିରୋ ପ୍ରଭାସଙ୍କ ପ୍ରକୃତ ଜୀବନ ଚରିତ୍ର ସହିତ ସମାନ ଥିଲା। ଏଭଳି ପରିସ୍ଥିତିରେ ତାଙ୍କ ଦାଦା ପ୍ରଭାସଙ୍କୁ ଫିଲ୍ମ ପାଇଁ ପ୍ରବର୍ତ୍ତାଇଥିଲେ। ସେହି ସମୟରେ ପ୍ରଭାସ ଅଭିନେତା ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲା।

ପ୍ରଭାସ ୨୦୦୦ମସିହାରେ ‘ଇଶ୍ୱର’ ଚଳଚ୍ଚିତ୍ର ସହିତ ଅଭିନୟ ଆରମ୍ଭ କରିଥିଲେ। ଚଳଚ୍ଚିତ୍ରଟି ଅଧିକ ଚାଲିନଥିଲା ୨୦୦୪ ମସିହାରେ ରିଲିଜ୍‌ ହୋଇଥିବା ବର୍ଷମରୁ ପ୍ରଭାସଙ୍କୁ ପରିଚୟ ମିଳିଥିଲା ।କିନ୍ତୁ ‘ବାହୁବଲୀ’ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ। ଏହି ଚଳଚ୍ଚିତ୍ର ପାଇଁ ପ୍ରଭାସ ତାଙ୍କର ୫ବର୍ଷ ଦେଇଥିଲେ ଏବଂ ସେହି ସମୟରେ ଅନ୍ୟ କୌଣସି ଫିଲ୍ମରେ କାମ କରିନଥିଲେ।  ଫିଲ୍ମ ପରେ ପ୍ରଭାସ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମେଗାଷ୍ଟାର ହୋଇଯାଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଭାସଙ୍କୁ ଏପର୍ଯ୍ୟନ୍ତ ୬୦୦୦ଟି ପ୍ରସ୍ତାବ ଆସିଲାଣି କିନ୍ତୁ ସେ ସବୁକୁ ମନା କରି ଦେଇଛିନ୍ତି। ହେଲେ କୁହାଯାଉଛି କି ଖୁବ୍‌ ଶୀଘ୍ର ସେ ବିବାହ କରିବାକୁ ଯାଉଛି ।

Related posts

ଦେଶରେ ଦିନକରେ ୮,୦୧୩ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ଠକାମିର ଶିକାର ହେଲେ ସଚିନ ତେନ୍ଦୁଲକର

mahabharatanews

ପରଲୋକରେ କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା

mahabharatanews