ଭାରତ

 ୨୨ରେ ହେବ ରାମ ମନ୍ଦିର ଉଦଘାଟନ 

(ଦିଲ୍ଲୀ)  : ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ହେବ । ଯାହାକୁ ନେଇ ସମଗ୍ର ଦେଶବାସୀ ଖୁସି ଅଛନ୍ତି  । ୨୨ ତାରିଖ ଦିନ ୧୨ଟା ୩୦ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପବିତ୍ର ଦିନରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ବୁଧବାର ରାମଜନ୍ମ ଭୂମି ତୀର୍ଥ ଟ୍ରଷ୍ଟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟକ୍ରମରେ ସାମିଲ ହେବାର ନିମନ୍ତ୍ରଣ ଦେଇଥିଲେ ।

ନିମନ୍ତ୍ରଣ ସଂପର୍କରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଜଣାଇଛନ୍ତି । ଏଭଳି ନିମନ୍ତ୍ରଣ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ସୌଭାଗ୍ୟ ବୋଲି କହିଛନ୍ତି । ଶତାବ୍ଦୀର ଅପେକ୍ଷା ଶେଷ ହେବାକୁ ଯାଉଛି ବୋଲି କହିଥିଲେ। ପ୍ରଭୁ ରାମ ଆସିବାକୁ ଯାଉଛନ୍ତି । ନିକଟରେ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଜୀ ମହାରାଜ କହିଛନ୍ତି ଯେ ଜାନୁଆରୀ ୧୫ ରୁ ଜାନୁୟାରୀ ୨୪ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ।

Related posts

ଆଜି ରାମଲଲାଙ୍କ ଦର୍ଶକ କରିବେ ଦ୍ରୌପଦୀ ମୁର୍ମୁ

mahabharatanews

ଦ୍ୱିତୀୟ ଥର ଲୋକସଭା ବଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା

mahabharatanews

୬ଘଣ୍ଟାର ପାଇଁ ଜେଲ୍ରୁ ବାହାରିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

mahabharatanews