ମନୋରଞ୍ଜନ

‘ବିଗ୍‌ବସ୍‌-୧୭’କୁ ହୋଷ୍ଟ୍‌ କରିବେ ୩ଭାଇ

(ମୁମ୍ବାଇ):  ସବୁବେଳେ ଚର୍ଚାରେ ‘ବିଗ୍‌ବସ୍‌-୧୭’ । ସପ୍ତାହନ୍ତରେ ସଲ୍‌ମାନ ଖାନ୍‌ଙ୍କ ମଜାଜିଆ ଅନ୍ଦାଜ ବି ଦର୍ଶକଙ୍କ ମନ କିଣିନେଉଛି। କିନ୍ତୁ ବର୍ତ୍ତମାନ ମଜା ଦ୍ୱିଗୁଣିତ ହେବାକୁ ଯାଉଛି। କାରଣ ବର୍ତ୍ତମାନ କେବଳ ସଲମାନ ଖାନ ନୁହଁନ୍ତି ତାଙ୍କ ଦୁଇ ଭାଇ ଅରବାଜ ଖାନ ଏବଂ ସୋ‌ହେଲ ଖାନ ମଧ୍ୟ ସପ୍ତାହ ଶେଷରେ ସୋ’କୁ ହୋଷ୍ଟ୍‌ କରିବେ ବୋଲି ଶୁଣିବାକୁ ମିଳୁଛି।

ସୂଚନାନୁଯାୟୀ,କଲର୍ସ ଟିଭିର ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ନୂଆ ପ୍ରୋମୋ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଅରବାଜ ଖାନ ଏବଂ ସୋ‌ହେଲ ଖାନ ‘ବିଗ୍‌ବସ୍‌-୧୭’ର ହୋଷ୍ଟିଂ କରୁଥିବାର ଦେଖିବାକୁ ମିିଳିଛି। ସଲମାନ ଖାନ ପ୍ରୋମୋ ଭିଡିଓ ସେୟାର୍‌ କରି କହୁଛନ୍ତି ଯେ ଶୁକ୍ରବାର ଏବଂ ଶନିବାର ଦିନ ସେ ନିଜେ ଏହି ସୋ’କୁ ହୋଷ୍ଟ୍‌ କରିବେ ଏବଂ ରବିବାର ଦିନ ଅରବାଜ ଖାନ ଏବଂ ସୋ‌ହେଲ ଖାନ୍‌ ହୋଷ୍ଟ୍‌ କରିବେ।

Related posts

ଦହାଡ଼୍ ପାଇଁ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା 

mahabharatanews

ସିଙ୍ଘମରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି

mahabharatanews

କ୍ଷମା ମାଗିଲେ ଫେରାର ଥିବା ଅଭିନେତା ମନସୁର ଅଲି ଖାନ୍

mahabharatanews