ଭାରତ

ଗିରଫ ହେଲେ ଆପ୍ ନେତା ଦୀପେଶ 

(ଦିଲ୍ଲୀ) : ନିର୍ବାଚନ ପୂର୍ବରୁ ଗିରଫ ହେଲେ ଆପ୍ ନେତା । ଠକେଇ ଅଭିଯୋଗରେ ତେଲେଙ୍ଗାନା ପୋଲିସ ରାଜସ୍ଥାନ ବିଧାନସଭା ପାଇଁ ଆପ୍ ପାର୍ଥୀ ଦୀପେଶ ସୋନିଙ୍କୁ ଗିରଫ କରିଛି ।  APP ରାଜସ୍ଥାନର ଝାଲାୱାଡର ଖାନପୁର ବିଧାନସଭା ଆସନରୁ ପାନୱାର ବାସିନ୍ଦା ତଥା ଅଳଙ୍କାର ବ୍ୟବସାୟୀ ଦୀପେଶ ସୋନିଙ୍କୁ ଟିକେଟ୍ ଦେଇଥିଲା । ହେଲେ ଏକ ପୁରୁଣା ମାମଲାକୁ ନେଇ ତେଲେଙ୍ଗାନା ପୋଲିସ ବର୍ତ୍ତମାନ ତାଙ୍କୁ ଗିରଫ କରିଛି ।

ସୂଚନାନୁଯାୟୀ , ଦୀପେଶ ସୋନିଙ୍କ ବିରୋଧରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ଠେକେଇ ଅଭିଯୋଗ କରି ଏକ ମାମଲା ରୁଜୁ କରିଛନ୍ତି । ଧାରା ୪୨୦ ଏବଂ ୪୦୬ ଅଧୀନରେ ତେଲେଙ୍ଗାନା ବସେରାବଦ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ ହୋଇଥିଲା । ଦୀପେଶଙ୍କ ବିରୋଧରେ ୨ଟି ଠକେଇ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ଦୁଇଟି ମାମଲା ରୁଜୁ ହୋଇଛି । ପୋଲିସ ବର୍ତ୍ତମାନ ଦୀପେଶଙ୍କୁ ଗିରଫ କରି ପଚରାଉଚରା କରୁଛି ।

Related posts

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି

mahabharatanews

ରକେଟ୍ ଲଞ୍ଚିଂ ସିଷ୍ଟମକୁ ଅଧିକ ଶକ୍ତିଶାଳୀ କରିବ ଭାରତୀୟ ସେନା

mahabharatanews

ପୁଲିସ ଏନକାଉଣ୍ଟରେ ଟଳିଲେ ୪ନକ୍ସଲ  

mahabharatanews