ଓଡିଶା

ନକ୍ସଲଙ୍କ ହିଂସାକାଣ୍ଡ; ଇନ୍ ଫର୍ମର ସନ୍ଦେହରେ ତିନିଙ୍କୁ ହତ୍ୟା 

(ଛତିଶଗଡ଼) : ନିର୍ବାଚନ ଯେତେ ପାଖେଇ ଆସୁଛି ନକ୍ସଲଙ୍କ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗୁଛି । ତେବେ ଛତିଶଗଡ଼ ନିର୍ବାଚନ ଆଗରୁ ଭିଆଇଛନ୍ତି ବର୍ବର କାଣ୍ଡ । ପୋଲିସ୍ ଇନ୍ ଫର୍ମର ସନ୍ଦେହରେ ତିନି ଜଣଙ୍କୁ ହତ୍ୟା କରିଛନ୍ତି । ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଞ୍ଚଳରେ ।
ସୂଚନାନୁଯାୟୀ , ମୁର୍ଖେଣ୍ଡି ଗାଁର ତିନି ଜଣ ବ୍ୟକ୍ତିଙ୍କୁ ଗତ ଚାରି ଦିନ ପୂର୍ବରୁ ନକ୍ସଲମାନେ ଉଠାଇ ନେଇଥିଲେ । ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ପଳାଇଛନ୍ତି । ଗ୍ରାମବାସୀ ଓ ପରିବାର ଲୋକେ ସେମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନାକୁ ଆଣିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଜେଲ ଗଲେ ସଂଯୁକ୍ତା ମହଲ

mahabharatanews

ପାରା ମେଡିକାଲ ସ୍ୱାସ୍ଥ୍ୟ କର୍ମୀଙ୍କ ଦୁଇ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

mahabharatanews

୨୪ ଘଣ୍ଟା ମଧ୍ୟରେ ୨୬୨ କରୋନା ପଜିଟିଭ ଚିହ୍ନଟ

mahabharatanews