ମନୋରଞ୍ଜନ

୨୨ରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘ସାଲାର୍‌’

(ମୁମ୍ବାଇ) :  ସାମ୍ନାକୁ ଆସିଲା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସାଲାର୍‌’ର ଟ୍ରେଲର ରିଲିଜ୍ ତାରିଖ । ଜୁଲାଇରେ ଟିଜର ରିଲିଜ୍ ହୋଇଥିବା ବେଳେ ଏବେ ଟ୍ରେଲର ରିଲିଜର ତାରିଖ ଘୋଷଣା କରିଛନ୍ତି ନିର୍ମାତା। ସୁପରଷ୍ଟାର ପ୍ରଭାସଙ୍କ ପ୍ରଶଂସକମାନେ ଫିଲ୍ମ ‘ସାଲାର’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତା ମାସ ଡିସେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ସୂଚନାନୁଯାୟୀ ,  ‘ସାଲାର’ର ଟିଜର ରିଲିଜ୍ ପରେ ଏହାକୁ ପ୍ରଭାସଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ପ୍ରଶଂସକମାନେ ‘ସାଲାର’ ଟ୍ରେଲରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଡିସେମ୍ବର ୧ରେ ପ୍ରଭାସଙ୍କ ଫିଲ୍ମ ‘ସାଲାର’ର ଟ୍ରେଲର ରିଲିଜ ହେବ। ଏହି ଫିଲ୍ମର ବଜେଟ୍ ହେଉଛି ୨୦୦କୋଟି ଟଙ୍କା । ପ୍ରେକ୍ଷାଳୟରେ ରିଲିଜ୍ ପୂର୍ବରୁ ପ୍ରଭାସଙ୍କ ଚଳଚ୍ଚିତ୍ର ‘ସାଲାର’ର ଓଟିଟି ରାଇଟ୍ସ ବିକ୍ରି ହୋଇସାରିଛି। ଏହି ଚଳଚ୍ଚିତ୍ରର ରାଇଟ୍ସ ନେଟଫ୍ଲିକ୍ସ କିଣିଛି। ଗେଟ୍ସ ସିନେମାର ଖବର ଅନୁଯାୟୀ ନେଟଫ୍ଲିକ୍ସ ୧୬୦ କୋଟି ଟଙ୍କାରେ ‘ସାଲାର’ର ଓଟିଟି ରାଇଟ୍ସ କିଣିଛି ।

Related posts

ଚର୍ଚାରେ ଅଭିନେତ୍ରୀ ସୋନମ କପୁରଙ୍କ ଘର

mahabharatanews

  ପତ୍ନୀଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କଲେ ସାହିଦ କପୁର

mahabharatanews

ବିବାହ କରିବେ ବ୍ରହ୍ମାଣ୍ଡ ସୁନ୍ଦରୀ

mahabharatanews