(ଦିଲ୍ଲୀ) : ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି । ପୂର୍ବରୁ କେଜ୍ରିୱାଲ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତରକୁ ହ୍ରାସ କରିବା ପାଇଁ କେଜ୍ରିୱାଲ ସରକାର ନଭେମ୍ବର ୧୩ରୁ ଏକ ସପ୍ତାହ ପର୍ଯ୍ୟନ୍ତ ଅଡ୍-ଇଭିନ୍ ନମ୍ବର ନିୟମ ଲାଗୁ କରାଯାଇଥିଲା । ଯାହାକୁ ନେଇ ଦିଲ୍ଲୀ ସରକାର ବର୍ତ୍ତମାନ ଏକ ବଡ ଘୋଷଣା କରିଛନ୍ତି। ଦୀପାବଳି ପରେ ରାଜଧାନୀ ଦିଲ୍ଲୀରେ ଆଉ ଲାଗୁ ହେବ ନାହିଁ ଯୁଗ୍ମ-ଅଯୁଗ୍ମ ନିୟମ ।
ସୂଚନାନୁଯାୟୀ , ଗତକାଲି ରାତିରେ ବର୍ଷା ପରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ପ୍ରଦୂଷଣ ସ୍ତରରେ ଉନ୍ନତି ଦେଖାଯାଉଛି। AQI ହ୍ରାସ ପାଇ ପ୍ରାୟ ୩୦୦ରେ ପହଞ୍ଚିଛି । ଯେଉଁଥି ପାଇଁ ବର୍ତ୍ତମାନ ୧୩ରୁ ୨୦ ପର୍ଯ୍ୟନ୍ତ ଅଡ-ଇଭିନ୍ ଲାଗୁ କରିବାର ନିୟମକୁ ସ୍ଥଗିତ ରଖାଯାଇଛି ।ଦୀପାବଳି ପରେ ସ୍ଥିତିକୁ ନଜରରେ ରଖି ପୁଣି ପରିସ୍ଥିତିକୁ ବିଶ୍ଳେଷଣ କରାଯିବ।
