ଓଡିଶା

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

(କଟକ) : ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ପୁରା ସହର । ଐତିହାସିତ ବାଲିଯାତ୍ରାରେ ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ । ମାଟି ଚାଳ ଘର ଠାରୁ ଆରମ୍ଭ କରି ମାଟି ଚୂଲି ଏବଂ ଗାଁର ଚାଲିଚଳଣି ଥିମ୍‌ରେ ସଜେଇ ହେବ କଟକ ଇନ୍ କଟକ ପାଭିଲିଅନ୍ । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଉଛି ।

ସୂଚନାନୁଯାୟୀ ,  ସେପଟେ ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ପକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରୁ ହିଁ ଷ୍ଟଲ ପାଇଁ ବ୍ୟବସ୍ୟାୟୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ୯୦୦ ଶହ ବ୍ୟବସ୍ୟାୟୀ ମୋଟ ୧୬୦୦ ରୁ ଅଧିକ ପ୍ଲଟ ପାଇଁ ପଞ୍ଜୀକରଣ କରିସାରିଲଣି । ନିଲାମ ପକ୍ରିୟା 6 ଟି ସ୍ଥାନରେ ଚାଲିଥିବା ବେଳେ ଏଥିଲାଗି ୧୦ଟି ଟିମ୍ କରାଯାଇଛି । ଏଥି ମଧ୍ୟରେ ଆଜି ବାଲିଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ଆର୍‌ଡିସି, ଜିଲ୍ଲାପାଳ ଓ ସିଡିଏ ଅଧ୍ୟକ୍ଷା ।

Related posts

ବୋଲେରୋ ଧକ୍କାରେ ଜଣେ ମୃତ; ଡ୍ରାଇଭର ଅଟକ

mahabharatanews

ବିଦ୍ୟୁତ ଖୁଣ୍ଟରେ ଚଢି ପ୍ରାଣ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

mahabharatanews

ଅସହାୟ ଲୋକଙ୍କୁ ହାତ ବଢାଇଲା ଗ୍ରାମୀଣ ଜୀବନ ସଂଘ

mahabharatanews