ଭାରତ

ଏବେ ବି ଟନେଲ ଭିତରେ ୪୦ ଶ୍ରମିକ, ଆମେରିକାରୁ ଆସିଲା ଡ୍ରିଲ୍ ମେସିନ୍

(ଉତ୍ତରକାଶୀ) :  ଉତ୍ତରକାଶୀର ଯମୁନୋତ୍ରି ରାଜପଥରେ ନିର୍ମାଣାଧୀନ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନରୱେ ଏବଂ ଥାଇଲ୍ୟାଣ୍ଡର ସ୍ୱତନ୍ତ୍ର ଦଳର ସହାୟତା ମଧ୍ୟ ନିଆଯାଉଛି। ଗତ ୪ଦିନରୁ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ରେସ୍କ୍ୟୁ କରିବା ପାଇଁ ଆମେରିକାରୁ ଅଣାଯାଇଛି ଡ୍ରିଲ୍ ମେସିନ୍ । ବାୟୁସେନା ବିମାନ ମାଧ୍ୟମରେ ଆମେରିକାର ଡ୍ରିଲ୍ ମେସିନ୍ ଆଣି ଟନେଲ୍ ଭିତରେ ଫିଟ୍ କରାଯାଇଛି । ଖୁବଶୀଘ୍ର ଡ୍ରିଲିଂ କାର୍ଯ୍ୟ ଆରମ୍ଭ କରାଯିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ମଙ୍ଗଳବାର ସ୍ଥାପିତ ହୋଇଥିବା ଆଗର୍ ମେସିନ୍ ସଫଳ ନହେବା ପରେ ହର୍କ୍ୟୁଲସ୍ ବିମାନ ଦ୍ୱାରା ନୂଆଦିଲ୍ଲୀରୁ ଏକ ନୂତନ ମେସିନ୍ ଅର୍ଡର କରାଯାଇଛି। ବୁଧବାର ଦିନ, ମେସିନର କିଛି ଅଂଶ ବାୟୁସେନାର ତିନୋଟି ହର୍କ୍ୟୁଲସ୍ ବିମାନରୁ ଚିନାଲିସାଉର ଏୟାରଷ୍ଟ୍ରିପରେ ଅବତରଣ କରିଥିଲା। ଯାହା ପରେ ଏକ ସବୁଜ କରିଡର ନିର୍ମାଣ କରାଯାଇ ସିଲକ୍ୟାରା ନିଆଯାଇଛି । Aus vs SA: ଆଜି ଦ୍ୱିତୀୟ ସେମିରେ ସାମ୍ନାସାମ୍ନି ହେବ ଅଷ୍ଟ୍ରେଲିଆ -ଦକ୍ଷିଣ ଆଫ୍ରିକା ସିଲକ୍ୟାରା ସୁଡଙ୍ଗରୁ ମାଟି ହଟାବାକୁ ଚେଷ୍ଚା କରାଯାଉଛି । ଗତ ୪ଦିନ ହେବ ୪୦ ଶ୍ରମିକ ସୁଡଙ୍ଗ ମଧ୍ୟରେ ଫସି ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଧ୍ୟାର କରିବାକୁ ବାୟୁସେନା ଓ ଏନଡିଆରଏଫ୍ ଟିମ୍ ଲାଗିପଡିଛନ୍ତି । ଭୂସ୍ଖଳନ ପାଇଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଉଦ୍ଧାରକାରୀ ଦଳ ସତର୍କ ରହି କାର୍ଯ୍ୟ କରୁଛି ଯେଉଁଥି ପାଇଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।

Related posts

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ

mahabharatanews

୨୪ ଘଣ୍ଟାରେ ୫,୪୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଏନ୍‌ଡିଟିଭି ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର

mahabharatanews