ଭାରତ

କୁଲ୍‌ଗାମ୍‌ରେ ଗୁଳି ବିନିମୟ, ୫ ଆତଙ୍କବାଦୀ ଆହତ

(ଜମ୍ମୁ ଓ କଶ୍ମୀର) : ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କୁଲ୍‌ଗାମ୍‌ରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ଭାରତୀୟ ସେନାର ନିରାପତ୍ତା ବଳ ‘ଲଶ୍କର୍‌-ଏ-ତୈବା’ର ୫ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ସୂଚନା ମିଳିଛି । ଗୁରୁବାର ଦିନ କୁଲ୍‌ଗାମ୍‌ର ନେହାମା ଅନ୍ତର୍ଗତ ସାମ୍‌ନୋ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ଗୁଳି ବିନିମୟ ବା ‘ଏନ୍‌କାଉଣ୍ଟ୍‌’ ଆଜି ଦ୍ବିତୀୟ ଦିବସରେ ପ୍ରବେଶ କରିଛି।

ସୂଚନାନୁଯାୟୀ ,ଡ୍ରୋନ୍‌ କ୍ୟାମେରାରେ ଠାବ କରାଯିବା ପରେ ଘଟଣାସ୍ଥଳରେ ପଡ଼ିଥିବା ଆତଙ୍କବାଦୀମାନଙ୍କ ଶବ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। କୁଲ୍‌ଗାମ୍‌ ଜିଲ୍ଲାର ଡି. ଏଚ୍‌. ପଡ଼ା ଅଞ୍ଚଳର ସାମ୍‌ନୋ ପକେଟ୍‌ରେ ଗୁରୁବାର ଅପରାହ୍ଣରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇବା ପରେ ନିରାପତ୍ତା ବଳ ନେହାମା ଗାଁ’ରେ ତଲାସ ଅଭିଯାନ ଆରମ୍ଭ କରିଥିଲା ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି।

Related posts

ଆଜି ଭାରତୀୟ ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ 

mahabharatanews

‘ଜି୨୦’ ବୈଠକକୁ ବିରୋଧ କଲା ଚୀନ

mahabharatanews

କେଜ୍ରିୱାଲଙ୍କ ଇଡି ଆବେଦନ ଖାରଜ

mahabharatanews