ଭାରତ

ଅସଦାଚରଣ କରି ଗିରଫ ହେଲେ ବିମାନ ଯାତ୍ରୀ 

(ଜୟପୁର) : ଅସଦାଚରଣ କରି ଗିରଫ ହେଲେ ବିମାନ ଯାତ୍ରୀ । ଜୟପୁରରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ବାରମ୍ବାର ଚେତାବନୀ ସତ୍ତ୍ୱେ ମଦ୍ୟପାନ କରି କ୍ରୁ -ମେମ୍ବରଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ବିମାନଟି ଅବତରଣ କରିବା ପରେ ସଂପୃକ୍ତ ଅଭିଯୁକ୍ତ ୩୨ ବର୍ଷୀୟ ମଦ୍ୟପ ଯାତ୍ରୀଙ୍କୁ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଲିସକୁ ହସ୍ତାନ୍ତର କରାଯାଇଥିଲା।

ସୂଚନାନୁଯାୟୀ, ଅନ୍ୟପକ୍ଷରେ ଇଣ୍ଡିଗୋ ଏକ ବିବୃତିରେ କହିଛି ଯେ ବିମାନ ୬ ଇ ୫୫୬ରେ ଥିବା ଯାତ୍ରୀ ଜଣକ ନିଶାଗ୍ରସ୍ତ ଥିଲେ ଏବଂ ବିମାନ କର୍ମଚାରୀଙ୍କ ସହ ଅସଦାଚରଣ କରିଥିଲେ। ତାଙ୍କୁ ଅନେକ ଚେତାବନୀ ଦିଆଯିବା ସତ୍ତ୍ୱେ ସେ ଶୁଣିନଥିଲେ । ଫଳରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି।

Related posts

ଇଣ୍ଟରନେଟରେ ଭାଇରାଲ ହେଉଛି ନବ ଦମ୍ପତୀଙ୍କ ଡ୍ୟାନ୍ସ

mahabharatanews

ନଦୀକୁ ଖସିଲା ବୋଲେରୋ , ପିଲାଙ୍କ ସମେତ ୫ମୃତ

mahabharatanews

ଜଳମୟ ଚେନ୍ନାଇ, ରାସ୍ତାରେ ବୁଲୁଛି କୁମ୍ଭୀର

mahabharatanews