ଓଡିଶା

୪ଟା ଯାଏଁ ଗୃହ ମୁଲତବି

(ଭୁବନେଶ୍ୱର) : ଶୀତଅଧିବେଶନର ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ଗୃହ । ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଏବଂ ଜୋରଦାର ହଙ୍ଗାମା କରିବା ସହ ବାଚସ୍ପତିଙ୍କ ପୋଡିଏମ ନିକଟକୁ ଯାଇ ବିରୋଧୀ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଯାହା ଫଳରେ ପ୍ରଶ୍ନକାଳ ଚାଲିପାରି ନଥିଲା । ଯେଉଁଥି ପାଇଁ ଆଜି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।

ସୂଚନାନୁଯାୟୀ , ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ପରେ ଦିବା ୧୨ ଯାଏଁ ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ପରେ ଗୃହ ଆରମ୍ଭ ହେବା ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଗୃହ ମୁଲତବି କରିଛନ୍ତି ବାଚସ୍ପତି । ଶୀତକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ ।

Related posts

ଜଳବାୟୁ ପରିବର୍ତ୍ତନ ଉପରେ ନିଆରା ପ୍ରୟାସର ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଖାତା ମୂଲ୍ୟାୟନ: ପ୍ରଥମ ଦିନରେ ୯୪ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଲେ

mahabharatanews

ଦୁଷ୍କର୍ମକୁ ନେଇ ଅନେକ ଦେଶରେ କଠୋର ଆଇନ ପ୍ରଣୟନ ହୋଇଛି: ପ୍ରତାପ ଜେନା

mahabharatanews