ମନୋରଞ୍ଜନ

ଫିଲ୍ମ ‘ଆନିମଲ’ରେ ରଣବୀରଙ୍କ ଲୁକ ଦେଖି ଅବାକ ଦର୍ଶକ

(ମୁମ୍ବାଇ) : ସାମ୍ନାକୁ ଆସିଲା ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର ଟ୍ରେଲର ସାମ୍ନାକୁ ଆସିଛି। ଏହି ଟ୍ରେଲରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର ଆସିଛି। ଟ୍ରେଲରରେ ରଣବୀର ସିଗାରେଟ ଟାଣୁଥିବା ସହ ତାଙ୍କର ଆକ୍ସନ ଅବତାର ଦେଖିବାକୁ ପାଇଛନ୍ତି ଦର୍ଶକ। ଯାହାକୁ ଦେଖି ଦର୍ଶକ ଅବାକ ହୋଇଯାଇଛନ୍ତି ।

ସୂଚନାନୁଯାୟୀ,  ରଣବୀର ଓ ରଶ୍ମିକାଙ୍କ ଯୋଡି ବହୁତ ସୁନ୍ଦର ଲାଗୁଥିବା ଲେଖିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି, ଏହି ଫିଲ୍ମଟି ରଣବୀରଙ୍କ କ୍ୟାରିୟରରେ ନୂଆ ମୋଡ ଆଣିବ।  ଅନ୍ୟପକ୍ଷରେ ‘ଆନିମଲ’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ରଶ୍ମିକା ମନ୍ଦନା କହିଛନ୍ତି ଯେ ସେ ଏହି ଚଳଚ୍ଚିତ୍ରକୁ ନେଇ ଖୁବ ଆଶାବାଦୀ ଏବଂ ଏହା ହୁଏତ ତାଙ୍କର ସର୍ବୋତ୍ତମ ଚଳଚ୍ଚିତ୍ର ହୋଇପାରେ।  ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ସମେତ ଅନେକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ।

Related posts

‘ମୋ ଜୀବନ ବିପଦରେ ଅଛି’: ଆଦିଲ ଖାନ 

mahabharatanews

୧୯ରେ ରିଲିଜ ହେବ ସୁପରଷ୍ଟାର ଥଲପଥି ବିଜୟଙ୍କ ଫିଲ୍ମ ‘ଲିଓ’ 

mahabharatanews

‘ଆଦିପୁରୁଷ’ର ଲେଖନଙ୍କୁ ସୁରକ୍ଷା ଯେଗାଇଲା ମୁମ୍ବାଇ ପୋଲିସ

mahabharatanews